ଦିନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଦକ୍ଷତା ରଥ ପରିକ୍ରମା
ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆଜି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଦକ୍ଷତା ରଥ ପରିକ୍ରମା କାର୍ଯ୍ୟ ଶୁଭାରମ୍ଭ ହୋଇଛି।ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ଓ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ ଦକ୍ଷତା ରଥ ପରିକ୍ରମା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ଦୁଇଟି ଦକ୍ଷତା ରଥ ଜିଲ୍ଲାର ୧୦ ଟି ବ୍ଲକ୍ ରେ ବୁଲି ଲୋକମାନଙ୍କୁ ସଚେତନ କରିବ ।ଗ୍ରାମାଞ୍ଚଳରେ ୧୫ ରୁ ୩୫ ବର୍ଷ ବୟସର ଯୁବକ ଯୁବତୀ ମାନଙ୍କ ପାଇଁ ଚାହିଦା ଭିତ୍ତିକ ଦକ୍ଷତା ବିକାଶ ତାଲିମ ଦିଆଯିବ।ଗ୍ରାମାଞ୍ଚଳର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଏବଂ ସେମାନଙ୍କୁ ଆବଶ୍ୟକ ତାଲିମ ଦେଇ ରୋଜଗାରକ୍ଷମ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ ଯୁବକଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ମାଗଣାରେ ଟ୍ରେନିଂ ଦିଆଯିବ।ଟ୍ରେନିଂ ନେଇଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ରୋଜଗାରର ସୁବିଧା କରାଯିବ।ଏହି ତାଲିମ ୩ ମାସ,୬ ମାସ,୯ ମାସ ଓ ୧ ବର୍ଷ ଅବଧିର ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏହି ଯୋଜନାରେ ଦକ୍ଷତା ବିକାଶ ଟ୍ରେନିଂ କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ବିଭାଗର ୨୫୦ ପର୍ଯ୍ୟନ୍ତ ଧନ୍ଦା କୁ ଅନ୍ତର୍ଭୁକ୍ତ କରାଯାଇଛି।।ଗାଁ ର ବେକାର ଯୁବକ ଓ ଯୁବତୀ ମାନେ ଜୀବିକା ତାଲିମ ଦ୍ଵାରା କୁଶଳୀ କାରିଗର ରେ ପରିଣତ ହୋଇପାରିବେ।କାମଧନ୍ଦାରେ ନିଯୁକ୍ତ ହୋଇ ଆର୍ଥିକ ସ୍ଵଚ୍ଛଳତା ଲାଭ କରିବେ ଓ ଆତ୍ମନିର୍ଭରଶୀଳ ହୋଇ ପାରିବେ।
ଦକ୍ଷତା ରଥ ପରିକ୍ରମା କାର୍ଯ୍ୟକ୍ରମ ରେ ଉପନିର୍ବାହି, ଓର ମାସ ଶ୍ରୀ ଗୁଣ୍ଡିଚା ବେହେରା,ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )