ଦିବ୍ୟାଙ୍ଗ ଶିକ୍ଷକଙ୍କ ପିତୃ ବିୟୋଗ ରେ ଶୋକାକୁଳ ପରିବେଶ
ଦିବ୍ୟାଙ୍ଗ ଶିକ୍ଷକ ଜୟାନନ୍ଦ ବେହେରାଙ୍କ ପିତା ବିରବର ବେହେରା (୮୫)ବର୍ଷ ବୟସରେ ପରଲୋକ ହୋଇଯାଇଥିଲେ। ସେ ଜଣେ ପରୋପକାରି ଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ସେ ମହୁଲିଆ ଗୋପାଳ ସମାଜର ବେହେରା ରହି ଭାଇ ସାଇମାନଙ୍କର ବାହା ପୁଆଣି କାର୍ଯ୍ୟ ୩୦ ବର୍ଷଧରି ତୁଲାଉଥିଲେ।୨୦୦୯ମସିହାଠାରୁ ଖଣ୍ଡବନ୍ଧ ପାଣି ପଞ୍ଚାୟତର ସଭାପତି ରହି ଚାଷୀମାନଙ୍କର ଭଲ ମନ୍ଦ ବୁଝୁଥିଲେ। ତାଙ୍କର ଏକମାତ୍ର ପୁତ୍ର ଜନ୍ମର ଦିବ୍ୟାଙ୍ଗ ହୋଇଥିଲେ।ତାଙ୍କୁ ୧ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କାନ୍ଧରେ ବୋହି ପାଠ ପଢାଇଥିଲେ।ତା ପରେ +୨ ,ସି,ଟିପର୍ଯ୍ୟନ୍ତ ସାଇକେଲରେ ବୋହି ପାଠ ପଢାଇ ଶିକ୍ଷକ କରାଇଛନ୍ତି । ଏ ଭଳି ପିତାଙ୍କୁ ହରାଇ ପରିବାରବର୍ଗ ଭାଙ୍ଗି ପଡିଛନ୍ତି । ତାଙ୍କ ଏକାଦଶାହ କାର୍ଯ୍ୟ ସ୍ମୃତି ସଭାରେ ବଡମ୍ବା ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀ ରବିନ୍ଦ୍ର ସାହୁ,ବଡମ୍ବା ବ୍ଲକର ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ, ବଡମ୍ବା ଗୋପାଳ ସମାଜର ସଭାପତି ଶ୍ରୀ ଅନୁରୁଦ୍ଧ ବେହେରା, ଜାତି ସମାଜର ସଭ୍ୟବୃନ୍ଦ,ପରିବାର, ବନ୍ଧୁବାନ୍ଧବ,ଖୁଣ୍ଟକଟା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ କରଡା ପାଣି ପଞ୍ଚାୟତର ସଭାପତି ଶ୍ରୀ ଆର୍ତ୍ତତ୍ରାଣ ପ୍ରଧାନ,ସମାଜ ସେବି ଉପେନ୍ଦ୍ର ନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ସ୍ମୃତି ସଭାରେ ଯୋଗଦାନ କରି ଶୋକାକୁଳ ପରିବାର ବର୍ଗଙ୍କୁ ଧର୍ଯ୍ୟ ଦେବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ବଡମ୍ବା ଇପିଏ ରୁ ତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )