ଦୁଇ ବାଇକ ମୁହାଁମୁହିଁ

0 16

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ବଜାରରେ ଦୁଇ ବାଇକ ମୁହାଁମୁହିଁ । ଦୁଇ ବାଇକ ଆରୋହୀ ସହିତ ୩ଗୁରୁତର । ଗୁରୁତର ୩ଜଣ ଘର ସ୍ଥାନୀୟ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତରେ ବୋଲି ଜଣାପଡିଛି । ଗୁରୁତରମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ଯ ରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ରାଜନଗର ପୋଲିସ ପହଁଞ୍ଚି ବାଇକ ଦୁଇଟିକୁ ଥାନାକୁ ଆଣିଥିବା ଜଣା ପଡିଛି ।
ଗୁରୁତ୍ୱର ଜଣଙ୍କ ଉଆଁସଢିଅ ଗାଁର ସୁରେଶ ନାୟକ ଙ୍କ ପୁଅ ସନ୍ତୋଷ ନାୟକ, ଅନ୍ୟ ଦୁଇଜଣ ଚାନ୍ଦି ଗାଁ ର ରଜତ ପାତ୍ର ଓ ପଂଶ୍ଚିମଭେଡା ଗାଁର ସୁବ୍ରତ ରାଉତ ବୋଲି ଜଣାପଡିଛି,ଅନ୍ୟପଟେ ପରିବହନ ବିଭାଗର ଖାମଖିଆଲ ମନୋଭାବ ପାଇଁ ବାରମ୍ବାର ଏହି ଭଳି ସଡକ ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।

ରାଜନଗର ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.