ଦୁର୍ନୀତି ବିରୋଧରେ ଆମରଣ ଅନଶନ
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଫତେପୁର ଏବଂ ବାଙ୍ଗରା ପଞ୍ଚାୟତ ରେ ଦୁର୍ନୀତି ବିରୋଧରେ ଆମରଣ ଅନଶନ ପଞ୍ଚମ ଦିନରେ ପହଂଚିଛି। ତେବେ ଏପର୍ଯ୍ୟନ୍ତ ପ୍ରଶାସନ ର ଦେଖା ନ ଥିବା ବେଳେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ଅନଶନ ସ୍ଥଳ ରେ ପହଞ୍ଚି ନୈତିକ ସମର୍ଥନ ଜଣାଇଛନ୍ତି। ଆଗାମୀ ଦିନରେ ଯଦି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ବିଜେପି ପକ୍ଷରୁ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆମରଣ ଅନଶନ ପଞ୍ଚମ ଦିନରେ ପ୍ରଶାସନ ନୀରବ ବସିଥିବା ବେଳେ , ଆମରଣ ଅନଶନରେ ଥିବା ପ୍ରକାଶ ଦାସ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ଅବନ୍ନତି ଘଟିବାରୁ ତାଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି।
ଯାଜପୁର ଇପିଏ ରୁ ଧର୍ମେନ୍ଦ୍ର ବାରିକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )