ଦୂରାରୋଗୀ ରାଜବୀର ପାଇଁ ଛତ୍ରପୁର ବାସୀ ୧ଲକ୍ଷ୧୫ହଜାର ଟଙ୍କା ସହାୟତା ଦେଲେ

0 13

ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା ଫୁଲବାଣୀ ଗୁଞ୍ଜଗୁଡା ଗ୍ରାମପଞ୍ଚାୟତ ର ଆମ୍ବପଡା ଗ୍ରାମ ବାସିନ୍ଦା ଭାବେ ପରିଚିତ ନବଦମ୍ପତି ସ୍ୱାମୀ କୁଳମଣୀ ରଣା ଓ ପତ୍ନୀ ତମଲିକାଙ୍କ ଗର୍ଭରୁ ନବଜାତ ଶିଶୁ ୨୨ ମାସର ପୁଅ ରାଜବୀର ଏକ ଦୂରାରୋଗ୍ୟ ରେ ଆକ୍ରାନ୍ତ ହୋଇ ଶିଶୁ ଜଣକ ଦାରୁଣ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏଣେ ପିଲାର ବାପା ମାଆ ଆର୍ଥିକସଙ୍କଟରେ ପଡ଼ି ନାନା ହନ୍ତସନ୍ତ ହେଉଛନ୍ତି । ଶିଶୁ ସ୍ପାଇନାଲ ମସ୍କ୍ୟୁଲାର ଆଟ୍ରୋଫି ଟାଇପ -୨ ନାମକ ଏକ ଦୂରାରୋଗରେ ପୀଡିତ ଶିଶୁଙ୍କୁ ଖାଇବା, ବସିବା ଓ ନିଶ୍ୱାସ ନେବାରେ କଷ୍ଟ ହେଉଛି । ତୁରନ୍ତ ଚିକିତ୍ସା ନକଲେ ଜୀବନ ଚାଲିଯିବ । ଏବେ ରାଜବୀର କୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା କରୁଛନ୍ତି । ଟଙ୍କା ଯୋଗାଡ ହେଲେ ବେଙ୍ଗାଲୁରୁରେ ଏକ ଇଞ୍ଜେକ୍ସନ ଦିଆଯିବ । ଯାହାର ମୂଳ୍ୟ ୧୬ କୋଟି ଟଙ୍କା । ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ୨୨ ମାସର ଶିଶୁ ରାଜବୀର ରଣା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏଥିପାଇଁ ଆବଶ୍ୟକ ହେଉଥିବା ନଗଦ ୧୬ କୋଟି । ପରିବାର ପାଇଁ ଏହି ଟଙ୍କା ଯୋଗାଡ କରିବା ସମର୍ଥ ନୁହେଁ। ତେଣୁ ପରିବାରର ବାପା ଓ ମାଆ ପୁଅର ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ପାଇଁ ଲୋକଙ୍କୁ ସାହାର୍ଯ୍ୟ ପାଇଁ କୋହଭରା କଣ୍ଠରେ ନିବେଦନ କରୁଛନ୍ତି । ଫେସ୍ ବୁକ ଆଦି ସୋସିଆଲ ମିଡ଼ିଆ ରେ ଟଙ୍କା ଭିକ୍ଷା କରୁଛନ୍ତି । ତେବେ ଛତ୍ରପୁର ଭଳି ସହରରେ ଏକ ଯୁବଗୋଷ୍ଠୀ ଙ୍କ ଉପରେ ନଜିର ଆସି ସେମାନେ ଦୟାରପାତ୍ର ସାଜିଛନ୍ତି । ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ସଦରଦପ୍ତର ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର ୧ ଲକ୍ଷ ୧୫ ହାଜର ଟଙ୍କା ରାଜବୀର ରଣାଙ୍କ ପରିବାରକୁ ପ୍ରଦାନ କରିଛନ୍ତି । ଏନେଇ ସେ କିଛି ଦିନ ତଳେ ସୋନୁ ସୁଦଙ୍କ ଶରଣ ପଶିଥିଲେ ସେ ମଧ୍ୟ ୭ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏବଂ ସେ ରହୁଥିବା ଜିଲ୍ଲାର ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ସାହାଯ୍ୟ ମିଳିନଥିବା ଅତ୍ୟନ୍ତ ନୈରାଶ୍ୟମୟ ବିଷୟ କହି ଶୁଣାଇଛନ୍ତି । ଏବେ ଏହି ଛୋଟ ଶିଶୁର ଜୀବନ ବଞ୍ଚାଇବା ପାଇଁ ଏକ ଟଙ୍କା ବି ଆମ ପାଇଁ ମୂଲ୍ୟବାନ ବୋଲି ଦମ୍ପତି କହିଛନ୍ତି । ସଂଗ୍ରହ କରାଯାଇଥିବା ୧ ଲକ୍ଷ ଟଙ୍କା ଛତ୍ରପୁର ଗୋଷ୍ଠୀଙ୍କ ଦ୍ୱାରା ପ୍ରଦାନ କରାଯିବା ସହ ଛତ୍ରପୁର ବ୍ଳକ୍ ର ଅଗସ୍ତିନୂଆଗାଁ ର ବାପି ଦାସ ନାମକ ଜଣେ ଯୁବକ ଏହି ଖବର ଶୁଣି ସେ ଆସି ନିଜେ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ । ବର୍ତ୍ତମାନ ୧୬ କୋଟି ଆବଶ୍ୟକ ହେଉଥିବା ବେଳେ ଏବେ ୧ କୋଟି ୧୦ ଲକ୍ଷ ଟଙ୍କା ବିଭିନ୍ନ ମାଧ୍ୟମରୁ ସଂଗ୍ରହ ହୋଇଥିବା ରାଜବୀରଙ୍କ ମାଆ ତମଲିକା କହିଛନ୍ତି । ରାଜଧାନୀ ଭୁବନେଶ୍ୱର ନବୀନ ନିବାସ କୁ ଯାଇ ଚେଷ୍ଟାକରି ବି ନିରାଶ ହୋଇଛନ୍ତି ବୋଲି ଦମ୍ପତି ଉଦବେଗ ପ୍ରକାଶ କରି କହିଛନ୍ତି । ଏଭଳି ଶିଶୁ ଜନ୍ମଦେଇ ଦୁଃଖଦ ଯନ୍ତ୍ରଣାରେ ଆମସମସ୍ତଙ୍କୁ ଭୋଗୀବାକୁ ହୋଇଛି, ବୋଲି କରୁଣ କାହାଣୀ ଶୁଣାଇଛନ୍ତି, ଦମ୍ପତି । ରଣା ପରିବାରଙ୍କୁ ନିଜ ପିଲା ପାଇଁ ଆଉ ୧୪ କୋଟି ୯୦ ଲକ୍ଷ ଟଙ୍କା ଆବଶ୍ୟକ । ପୁଅର ଜୀବନ ବଞ୍ଚାଇବା ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.