ଦେବାଶିଷ ସ୍ଵାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ମୃତି ଚାରଣ ସଭା ଏବଂ ରକ୍ତଦାନ ଶିବିର

0 30
  ଖୋର୍ଦ୍ଧା : ଖୋର୍ଦ୍ଧାର ଜଣେ ଜଣାଶୁଣା ଯୁବ ସଂଗଠକ ତଥା ସମାଜସେବୀ ୰ଦେବାଶିଷ ସ୍ଵାଇଁ ( ଚିନୁ) ର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଏବଂ ରକ୍ତଦାନ ଶିବିର ଖୋର୍ଦ୍ଧା ନବୀନା ବାଗ ସ୍ଥିତ ବକ୍ସି ଜଗବନ୍ଧୁ କ୍ଲବ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି।ଉକ୍ତ ସଭାରେ ଯୁବ ସମାଜସେବୀ ସଞ୍ଜୟ ପଟ୍ଟନାୟକ ଙ୍କ ସଭାପତିତ୍ବରେ ସଭାଟି ପରିଚାଳିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଜ୍ୟୋତିରୀଂଦ୍ର ନାଥ ମିତ୍ର, ଅନ୍ନପୂର୍ଣ୍ଣା ଫାଇନାନ୍ସ ର ମୁଖ୍ୟ ପରିଚାଳକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ,ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଶିଲ କୁମାର ମିଶ୍ର,ଆଇନଜୀବୀ ଶିଶିର ପରିଡ଼ା,ନରେନ୍ଦ୍ର ପୃଷ୍ଟି,ରଣଜିତ୍ ମହାପାତ୍ର,ରାଜେଶ୍ ପରିଡ଼ା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ୰ଚିନୁ ଙ୍କ ଆଦର୍ଶ ଓ ସମାଜ ପ୍ରତି ଅବଦାନ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଶିଲ ମିଶ୍ର ଯୋଗଦେଇ ଉଦ୍ଘାଟନ କରିବା ସହ ରକ୍ତଦାନ କରିଥିଲେ।ଏହି ସିବିରଟି କଟକ ରେଡକ୍ରସ୍ ବ୍ଲୋଡ଼ବ୍ୟାଙ୍କ ତରଫରୁ ପରିଚାଳିତ ହେବା ସହ ୧୦୪ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମ ଟିକୁ ଶିଳା ଦିତ୍ୟ ପଟ୍ଟନାୟକ,ଦେବେନ୍ଦ୍ର ଶତପଥୀ,ଅରବିନ୍ଦ ଶତପଥୀ,ଦେବାଶିଷ ସାହୁ,ସ୍ମୃତି ରଞ୍ଜନ ବଳିଆର ସିଂହ, ନିରାକାର ବଳିଆର ସିଂହ, ପୁଲିନ ବିହାରୀ ଦାସ,ସତ୍ୟ ପ୍ରକାଶ ସାହୁ ପ୍ରମୁଖ ପରିଚାଳିତ କରିଥିଲେ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.