ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୩ଗୋଟି ହାଇସ୍କୁଲ ରୂପାନ୍ତରୀ-କରଣ ହେବାକୁ ଯାଉଛି

0 7

ଗଞ୍ଜାମ ଜିଲ୍ଲାରେ ଫାଇଭ-ଟି, ଯୋଜନା କୁ ସଫଳ ରୂପାୟନ ର ଆନୟନ ନିମନ୍ତେ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀ-କରଣ କରିବା ନିମିତ୍ତ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୩ ଗୋଟି ହାଇସ୍କୁଲ ରୂପାନ୍ତରୀ-କରଣ ହେବାକୁ ଯାଉଛି ।
ଏହି କାର୍ଯ୍ୟକ୍ରମ ଯେପରି ଗଠନ ମୂଳକ ଭାବେ କାର୍ଯ୍ୟକାରୀ ହେବ ସେଥିନେଇ 5-T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଭିସି ମାଧ୍ୟମରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ କଥାବାର୍ତ୍ତା କରି ଘୋଷଣା କ୍ରମେ ଆଲୋଚନା କରିଛନ୍ତି । ସର୍ବୋପରି ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ବେଲଗୁଣ୍ଠା, ଦିଗପହଣ୍ଡି, ଭଞ୍ଜନଗର, ପୁରୁଷୋତ୍ତମପୁର, କୁକୁଡାଖଣ୍ଡି, ଆସ୍କା, ଖଲ୍ଲିକୋଟ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର କେତୋଟି ହାଇସ୍କୁଲ ଏହି ରୂପାନ୍ତରୀ-କରଣ କାର୍ଯ୍ୟକ୍ରମ ରେ ସ୍ଥାନ ପାଉଥିବା ଜଣାଯାଏ । ଏସମ୍ପର୍କରେ ସମ୍ପୃକ୍ତ ସରପଞ୍ଚ, ବିଦ୍ୟାଳୟ କମିଟିର ସଭାପତି, ଆଲୁମିନାଟ୍ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସହିତ ଶ୍ରୀ ପାଣ୍ଡିଆନ ଆଲୋଚନା କରିଥିଲେ । ଏହା ସାଂଗକୁ ଏହି ରୂପାନ୍ତରୀତ କାର୍ଯ୍ୟ ସକାଶେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ 5 T ସଚ୍ଚିବ ଶ୍ରୀ ପାଣ୍ଡିଆନ୍ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ’ ଏହି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀଣ କାର୍ଯ୍ୟକ୍ରମ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସବୁଠାରୁ ବଡ଼ ପ୍ରିୟ କାର୍ଯ୍ୟକ୍ରମ ଅଟେ ବୋଲି ସୂଚାଇ ଥିଲେ । ସରକାରୀ କାର୍ଯ୍ୟଭାବେ ଗ୍ରହଣ ନ କରି ଏହାକୁ ସାମାଜିକ ଓ ଜନମଙ୍ଗଳ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ଜଣାଇଥିଲେ । ଭବିଷ୍ୟତ ଉତ୍ତର ପୀଢ଼ିଙ୍କ ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ । ବିଦ୍ୟାଳୟର ରୂପାନ୍ତର ପରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ଯାହା ସ୍ବପ୍ନ ରହିଛି ତାହା ସାକାର ହେବା ଦିଗରେ ଅନେକ ସହଯୋଗ କରିବ । ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲପାଠ ପଢିବା, ବାପା ମାଆଙ୍କର ସୁନାମ ଆଣିବା ନିଶ୍ଚିତ ରୂପେ ସଫଳ ହୋଇ ପାରିବ । କରୋନା ସମୟରେ ଦେଶର ଅର୍ଥନୀତି ଭୂଷୁଡି ଯାଇଛି ସେହି ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରୀଣ କାର୍ଯ୍ୟ ସକାଶେ ଅନୁଦାନ ପ୍ରଦାନ କରିଛନ୍ତି । ତେଣୁ ଏହାର ଗୁରୁତ୍ବ ଏବଂ ଅର୍ଥର ସଦ-ବିନିଯୋଗ କରିବା ସାଂଗକୁ ସବୁଥିରେ ସ୍ବଚ୍ଛତା ବଜାୟି କମ୍ୟୁନିଟିର ସହଯୋଗ କ୍ରମେ ଏହି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହି ଦ୍ବିତୀୟ ପର୍ଯ୍ୟାୟରେ କରାଯାଉଥିବା ରୂପାନ୍ତରୀତ ଉଚ୍ଚ ବିଦ୍ୟାଳୟ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଗାମୀ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବୈଠକରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ’ ଗଞ୍ଜାମ ଜିଲ୍ଲାରେ ସର୍ବ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୫୦ ଗୋଟି ବିଦ୍ୟାଳୟକୁ ରୂପାନ୍ତରୀତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟ ଏବଂ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀଣ ହେବାକୁ ଯାଉଛି । ଏହି ରୂପାନ୍ତରୀତ କାର୍ଯ୍ୟ ସମାପନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଛାତ୍ରଛାତ୍ରୀଗଣଙ୍କ ଯେଉଁ ସ୍ବପ୍ନ ରହିଛି, ସେମାନେ ବଡ ହେଲେ କଣ ହେବେ ତାହା ଯେପରି ପୂରଣ ହେବ ସେଥିନେଇ କ୍ୟାରିଅର୍ କାଉନସେଲିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦେଖାଇବାରେ ସହଯୋଗ ହେବ ବୋଲି କୁହାଯାଇଛି । ଶନିବାର ତା.୦୬.୧୧.୨୦୨୧ରିଖ ଦିନ ପୋଲସରା, ଚିକିଟି, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ଛତ୍ରପୁର, ବେଗୁନିଆପଡା, ବୁଗୁଡା, କବିସୂର୍ଯ୍ୟନଗର, ସୋରଡା ଏବଂ ଗଞ୍ଜାମ ପ୍ରଭୁତି ୧୦ ଗୋଟି ବ୍ଲକ୍ ର ବ୍ୟକ୍ତି ବିଶେଷଙ୍କ ସହିତ5T ସଚିବ ସିଧାସଳଖ ଭି.ସି ଜରିଆରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଅଛି ବୋଲି ସରକାରୀ ଭାବେ କୁହାଯାଇଛି ।
ବୈଠକରେ ୧୦ ଗୋଟି ବ୍ଲକ୍ ଏବଂ ବ୍ରହ୍ମପୁର ମହାନଗର ନିଗମର ଜନ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଧିକାରୀଗଣ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ଗଂଜାମ ଜିଲ୍ଲା ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.