ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରେ ଗର୍ଭବତୀ ଆଶା ଦିଦି ଙ୍କ ମୃତ୍ୟୁ କୁ ନେଇ ଧର୍ମଗଡ଼ ରାୟପୁର ଜାତୀୟ ରାଜପଥ ଅବରୋଧ
ମୃତକ ଜଣକ ହେଲେ କୋକସରା ଥାନା ବେହେରା ନିକଟସ୍ଥ ତେଣ୍ଡାପାଳି ଗ୍ରାମର ଆଶା ଦିଦି ସୁମିତ୍ରା ରାଉତ(୩୭) ଆଶା ଦିଦି । ସୁମିତ୍ରା ଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସମୟ ରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା !
ଗର୍ଭ ଯନ୍ତ୍ରଣା ହୋଇଥିଲେ ସୁଦ୍ଧା ଡାକ୍ତର ଦେଖିନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ରାତ୍ରି ରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାତି ରେ ଡାକ୍ତର ଚିକିତ୍ସା ହୋଇପାରିବ ନାହିଁ କହି ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନନରିତ କରିଥିଲେ । ପରେ ସ୍ୱାସ୍ଥ୍ୟବସ୍ତା ଅତିଗୁରୁତର ହେଇ ଜିଲ୍ଲା ଚିକିତ୍ସାଳୟ ରେ ରୋଗୀ ର ମୃତ୍ୟୁବରଣ ହୋଇଥିଲା । ଏହି ଘଟଣା କୁ ନେଇ ଧର୍ମଗଡ ଡାକ୍ତର ଖାନା ନିକଟରେ ଶବ ରଖି ଜାତୀୟ ରାଜପଥ ୧୩୦ସି କୁ ଅବରୋଧ କରିଛନ୍ତି।
ଏନେଇ ଧର୍ମଗଡ ସରକାରୀ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପାଣିଗ୍ରାହୀ ଙ୍କୁ ପଚାରିବାରୁ ଚିକିତ୍ସା ରେ ଅବହେଳା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଉକ୍ତ ଆଶା ଦିଦିଙ୍କ ଡେଲିଭରି ତାରିଖ ୨୧ ଫେବୃଆରୀରେ ଥିଲା କିନ୍ତୁ ସେ କାଲି ଧର୍ମଗଡ କୁ ଆସିଥିଲେ ଏବଂ ତାଙ୍କର ପ୍ରସବ ବେଦନା ନଥିଲା କିନ୍ତୁ ସେ ସ୍ୱଇଚ୍ଛାରେ ଭବାନୀପାଟଣା ଯିବାକୁ ଚାହିଁଲେଏବଂ ରାତ୍ରି ୧ଘଣ୍ଟା ୩୦ ମିନିଟ ସମୟରେ ରେଫର କରାଗଲା ସେଠାରେ ୪ଘଣ୍ଟା ୩୦ ମିନିଟ ସମୟରେ ତାର ମୃତ୍ୟୁ ଘଟିଥିବାରୁ ଭବାନୀ ପାଟଣା ସରକାରୀ ଚିକିତ୍ସା ଲୟରେ କଣ ଘଟିଛି ତାହା ସେମାନେ କହିପାରିବେ ବୋଲି ଡାକ୍ତର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ତଦନ୍ତ ଦାବି କରି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ରାସ୍ତା ରୋକ କରାଯାଇ ଥିଲା।ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ଓ ଡ଼ିଏସପି ଧିରଜ ଚୋପଦାର ଆନ୍ଦୋଳନ କାରୀ ଙ୍କୁ ବୁଝାବୁଝି କରି ରେଡ଼ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆ ଯିବା ପ୍ରତିଶୃତି ପରେ ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦାବିରେ ଆଶା କର୍ମୀ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିଲା।
କଳାହାଣ୍ଡି ଇପିଏ ରୁବିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )