ଧାନ କ୍ରୟ ବିକ୍ରୟ କୁ ବ୍ୟବସ୍ଥିତ କରିବା ନିମନ୍ତେ ପ୍ରଶାସନ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ
ଅସାଧୁ ବ୍ୟବସାୟିଙ୍କ ପ୍ରତି ପ୍ରଶାସନର ତୀକ୍ଷ୍ଣଣ ନଜର
ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟ ବିକ୍ରୟ କୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବାକୁ ଜିଲ୍ଲପ୍ରଶାସନ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି l ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଧାନ କ୍ରୟ ବିକ୍ରୟ ରେ କଡା ଆଭିମୁଖ୍ୟ ଗ୍ରହଣ ପୂର୍ବକ କୌଣସି ପ୍ରକାର ଅନିୟମିତତା କୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ ଚେତାବନୀ ଦେଇଛନ୍ତି l ଜିଲ୍ଲା ର ଚାଷୀଙ୍କ ଧାନ ଯେପରି ସୁରୁଖୁରୁରେ ବିକ୍ରି ହୋଇପାରିବ ଏବଂ ବିକ୍ରୀମୂଲ୍ୟ ଚାଷୀଙ୍କ ଜମାଖାତାକୁ ନିର୍ଦ୍ଧିଷ୍ଟ ସମୟ ଅବଧିରେ ଜମା ହୋଇପାରିବ ତାକୁ ସୁନିଶ୍ଚିତ କରିବା ସହ ଚାଷୀଙ୍କ ଟୋକନ ଲାପ୍ସ ନ ହେବ ସେଥିପ୍ରତି ସମ୍ପୃକ୍ତ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରାଯାଇ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନରେ ସ୍କ୍ୱାଡ଼ ଗଠନ କରାଯାଇ ମଣ୍ଡି ପରିଦର୍ଶନ ସହ ବ୍ୟବସ୍ଥା ର ସୁପରିଚାଳନା ପାଇଁ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖାଯାଇଛି l ଜିଲ୍ଲାର ବିଭିନ୍ନ ମଣ୍ଡି ଓ ବିଭିନ୍ନ ରାସ୍ତା ରେ ଧାନ ର ବେନିୟମ ଓ ଅସାଧୁ ଧାନଚlଳାନ କୁ ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ସନ୍ଦେହ ପୂର୍ଣ୍ଣ ଧାନ ବୋଝେଇ ଗାଡି ସହ ମଣ୍ଡି ଗୁଡିକୁ ଅଚାନକ ଚଢାଉ କରାଯିବାକୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ତା 07/01/22 ରେ ସ୍କ୍ୱାଡ଼ ଦ୍ୱାରା ଦିଗସିରା ମାଁ ସମଲେଶ୍ୱରୀ ଏସଏଚ ଜି ଦ୍ୱାରା ପରିଚାଳିତ ମଣ୍ଡି ପରିଦର୍ଶନ ସହ ଚଢ଼ାଉ କରାଯାଇ 115.08 କୁଇଣ୍ଟାଲ ବେ ନିୟମ ଗଛିତ ଧାନ କୁ ଜବତ କରାଯାଇଛି,ସେହିପରି ପୃଥକ ପୃଥକ ପାଞ୍ଚ ଗୋଟି ଅତର୍କିତ ଚଢ଼ାଉ ରେ ଅଦ୍ୟାବଧି ଜିଲ୍ଲାର ବିଭିନ୍ନ ମଣ୍ଡି ତଥା ରାସ୍ତା ରେ ଧାନ ବୋଝେଇ ଗାଡି ଗୁଡିକରେ ଚଢ଼ାଉ କରାଯାଇ ସମୁଦାୟ 780 କୁଇଣ୍ଟାଲ ବେନିୟମ, ବେ-ଦାବିଦାର ଧାନକୁ ଜବତ କରାଯାଇ ନିକଟସ୍ଥ ଧାନମିଲ ଗୁଡିକରେ ସୁରକ୍ଷିତ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )