ଧୂମାବତୀ ବେଶରେ ଦର୍ଶନ ଦେଲେ ମା ସୁରେଶ୍ୱରୀ l

0 8

ପବିତ୍ର ଆଶ୍ଵିନ ମାସରେ ପ୍ରତିପଦା ଦିନ ଠାରୁ ଦଶହରା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାର ପରମ୍ପରା ରହିଛି l ଶକ୍ତିସ୍ୱରୂପା ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଆଜି ଧୂମାବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ବାମ ହାତରେ ସେ ଗୋଟିଏ କୁଲା ଧରିଥିବା ଦେଖାଯାଉଛି l ଧୂମାବତୀ ବେଶରେ ମା ନିଜ ମୁଣ୍ଡ ର କେଶ ( ବାଳ ) ମୁକୁଳା କରିଥିବା ଦେଖା ଯାଉଛି l ଧଳା ରଙ୍ଗର ବସ୍ତ୍ର ପରିଧାନ କରିଥିବା ଧୂମାବତୀ ବେଶ ଭୟଙ୍କର ମଧ୍ୟ ଦେଖା ଯାଉଛନ୍ତି l ଏହିବେଶ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଥିବା ହେବା ସହ ଭକ୍ତ ଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି l ଭକ୍ତଙ୍କର ଶୃ୍ଖଳିତ ଦର୍ଶନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l କିଛି ନିର୍ଦିଷ୍ଟ ସେବାୟତ ଓ ପୂଜକଙ୍କ ଦ୍ୱାରା ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯାଉଛି l କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଉଥିବା ହେତୁ ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ଶୃଙ୍ଖଳିତ ଭାବରେ ମା ସୁରେଶ୍ୱରୀ ଙ୍କ ଦର୍ଶନ କରୁଥିବା ବେଳେ ଭକ୍ତ ମଧ୍ୟ ମା ଙ୍କର ଏ ବିରଳ ଧୂମାବତୀ ବେଶ ଦର୍ଶନ ଲାଭ କରି ନିଜକୁ ଧନ୍ୟ ମନେକରୁଥିବା ଦେଖାଯାଇଛି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.