ନବବଧୂର ସନ୍ଦେହ ଜନକ ମୃତ୍ୟୁ
ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଏକଲପୁର ଗ୍ରାମରେ ଅଭାବନୀୟ ଘଟଣା।ଘର ଭିତରେ ନବବଧୂର ସନ୍ଧେହ ଜନକ ମୃତ୍ୟୁ।ମୃତକ ଜଣକ ହେଲେ ଲଷ୍ମୀ ବେହେରା।ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତନାଘନା ଜାରି।ସୂଚନାମୁତାବକ ଦେଢ଼ବର୍ଷ ପୂର୍ବରୁ ଏକଲପୁର ଗ୍ରାମର ତପସ୍ୱୀ ବେହେରା ଙ୍କ ପୁଅ ଶ୍ରୀକାନ୍ତକୁ ଲଷ୍ମୀ ବିବାହ କରିଥିଲେ।ବିବାହ ପରଠୁ ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲେ।ଆଜି ସକାଳୁ ଲଷ୍ମୀଙ୍କ ମୃତ୍ୟୁ ଖବର ଶୁଣି ଝିଅ ଘର ଲୋକେ ଆସି ପହଂଚିବା ପରେ ପୋଲିସ କୁ ଖବର ଦେଇଥିଲେ।ବଡଗଡ଼ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି।କେଉଁ କାରଣରୁ ଲଷ୍ମୀଙ୍କ ମୃତ୍ୟୁ ହୋଇଛି ତାହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କହିଛି ପୋଲିସ।ଝିଅ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ସ୍ବାମୀ ଓ ଶଶୁରକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।
ସୋରଡା ଇପିଏ ରୁ ସରୋଜ ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )