ନବବର୍ଷ- ୨୦୨୨ କୁ ସ୍ୱାଗତ ସ୍ୱରୂପ ଦୈନିକଆଶା ମୁଦ୍ରଣ ପ୍ରକାଶନ ପୁନଃ ଆତ୍ମପ୍ରକାଶ କରିବ
ବ୍ରହ୍ମପୁର : ବ୍ରହ୍ମପୁର ରୁ ପ୍ରକାଶ ପାଉଥିବା ଓଡ଼ିଶାର ସର୍ଵପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ ” ଦୈନିକଆଶା ” ଚଳିତ ନବବର୍ଷ-୨୦୨୨ ଅବସରରେ ନବବର୍ଷ ର ହାର୍ଦ୍ଧିକଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ନେଇ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚିବ । ଏନେଇ ଏକ ବନ୍ଧୁମିଳନ ସମାରୋହ ଏହି ବର୍ଷର ଶେଷ ଆସର ଭାବେ ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବନ୍ଦନୀୟା ମା’ତାରାତାରିଣୀ ଙ୍କ ଚରଣତଳେ ପ୍ରଣତି ଜଣାଇବା ସାଂଗକୁ କର୍ମବୀର ବୃନ୍ଦାବନ ନାୟକଙ୍କ ସ୍ମୃତିଚାରଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ସଭା ଆରମ୍ଭ ହୋଇଥିଲା । “ଦୈନିକଆଶା” ର ମୁଖ୍ୟସମ୍ପାଦକ ପ୍ରମୋଦ କୁମାର ପଣ୍ଡା ସ୍ୱାଗତସମ୍ଭାଷଣ ଦେଇ ଓଡ଼ିଶାର ପ୍ରମୁଖ ଜିଲ୍ଲାରୁ ଆସିଥିବା ପ୍ରତିନିଧି/ସାମ୍ବାଦିକଙ୍କୁ ପ୍ରସଂଶାକରି ସଧୂବାଦ ଜଣାଇଥିଲେ ଏବଂ ନୂତନ କଳେବର ପାଉଥିବା ପତ୍ରିକା ନିମନ୍ତେ ସହଯୋଗ କାମନା କରିଥିଲେ । “ଦୈନିକ ଆଶା” ର ପ୍ରସାର ଓ ସମୃଦ୍ଧିଶାଳୀ କରିବା ନିମନ୍ତେ ପ୍ରତିନିଧିମାନେ ସକ୍ରୀୟ ହେବାକୁ ଟ୍ରଷ୍ଟ-ବୋର୍ଡ଼ ର ଅଧ୍ୟକ୍ଷ ଭଗବାନ ଗନ୍ତାୟତ ଆହ୍ୱାନକରିଥିଲେ । ଏହି ଖବରକାଗଜର ମୁଦ୍ରଣ ପ୍ରକାଶନ ପୁନଃ-ସଂସ୍ଥାପନ ହେବା ସାଂଗକୁ ୱେବସିରିଜ ର ଅଗ୍ରଗତି ମଧ୍ୟ ଦ୍ରୁତଗତି ରେ ଚାଲିବ ବୋଲି କହିଥିଲେ । ଏଥିପାଇଁ ସମସ୍ତ ପ୍ରତିନିଧିମାନଙ୍କ ପୂର୍ଣ୍ଣ-ସହଯୋଗ କମାନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ଦାଶ୍ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବାବେଳେ ପ୍ରଭାକର ସାହୁ ପରିଚାଳନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଗଞ୍ଜାମ ଜିଲ୍ଲା-ସଂଯୋଜକ କେ.ସତ୍ୟନାରାୟଣ ରେଡ୍ଡୀ ପତ୍ରିକାର ଗାରିମା ସମ୍ପର୍କରେ ଉପସ୍ଥାପନା କରିଥିଲେ ।
ଅତଃ- ଦକ୍ଷିଣଓଡ଼ିଶାର ମୁଖପତ୍ର ରୂପେ ବିଚ୍ଛିନାଞ୍ଚଳ ରୁ ବିବିଧ ସମସ୍ୟା କୁ ସାମ୍ନା କରି ଆସି ୧୯୧୩ ମସିହାରେ ଲୋକପ୍ରାଣ ଶଶୀଭୂଷଣ ରଥ ଙ୍କଦ୍ୱାରା ପ୍ରତିଷ୍ଠିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୧୯୮୨ ମସିହାରେ କର୍ମବୀର ବୃନ୍ଦାବନ ନାୟକ ଙ୍କ ସଂସ୍ଥାପନା ରେ ପୁନଃ-ପ୍ରତିଷ୍ଠା ଲାଭ କରିଥିବା ଏହି ଖବର ପ୍ରକାଶନ ବିଭିନ୍ନ ଘାତପ୍ରତିଘାତ ମଧ୍ୟରେ ପ୍ରଚଳିତ ହୋଇ ସୁପ୍ତ ଅବସ୍ଥାରେ ପହଞ୍ଚିଥିଲା । ଅଧୂନା କୋରନା ମହାମାରୀ କାଳରେ ଲୋକଙ୍କ ନିକଟରେ ଡିଜିଟାଲ ମାଧ୍ୟମରେ ଖବର ପହଞ୍ଚାଇବା ନିମନ୍ତେ ଦୈନିକ ଆଶା ୱେବ-ମିଡ଼ିଆ ମାଧ୍ୟମରେ ଏବେ ସକ୍ରୀୟ ହୋଇଉଠିଛି । ଏହାର ପୁନଃ-ସଂସ୍କରଣ ନୂତନ ରୁପରେଖ ନେଇ ଦୈନିକଆଶା ର ମୁଦ୍ରଣ ପ୍ରକାଶନ ଆତ୍ମ-ପ୍ରକାଶ ଲାଭ କରୁଥିବା ଶୁଣି ବ୍ରହ୍ମପୁର ସହରରବୃଦ୍ଧିଜୀବୀଙ୍କ ମହଲରେ ଆଶା ଓ ଖୁସିର ଲହରୀ ଆଣିଦେଇଛି । ସାହିତ୍ୟିକ, କବି, ସଂସ୍କୃତିପ୍ରେମୀ, ସାରସ୍ୱତଧର୍ମୀ-ବ୍ୟକ୍ତିବିଶେଷ୍ୟ, ସମାଜସେବୀ, ସାମ୍ବାଦିକ, ଓକିଲ, ରାଜନୈତିକଙ୍କ ମହଲରେ ନିଜସ୍ୱ ମତ ସ୍ୱରୂପ ଲୋକଙ୍କ ସ୍ୱର ସରକାରଙ୍କ ଠାରେ ପହଞ୍ଚିବ ବୋଲି ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି । ଏହାକୁ ଦୈନିକଆଶା ର ଶୁଭେଚ୍ଛୁକ, ପ୍ରତିନିଧି, ଖବରଦାତା,ବିଜ୍ଞାପନଦାତା, ଏଜେଣ୍ଟ , ବନ୍ଧୁମାନଙ୍କୁ ସଂସ୍ଥାର ଉଦ୍ୟକ୍ତା/ ମୁଖ୍ୟ ଶୁଭକାମନା ଜଣାଇଛନ୍ତି ।
ସୁବର୍ଣ୍ଣପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )