ନିଖୋଜ ଥିବା ମହିଳାଙ୍କ ପତ୍ତା ମିଳୁନାହିଁ

0 20

ସୁବର୍ଣ୍ଣପୁର : ଶନିବାର ସନ୍ଧ୍ୟାରେ ବୋୖଦ୍ଧ ମହାନଦୀ ପୋଲ ଉପରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ଓ ଦୁର୍ଘଟଣାରେ ନଦୀକୁ ଛିଟିକି ପଡି ନିଖୋଜ ଥିବା ମହିଳାଙ୍କ ଆଜି ମଧ୍ୟ କୌଣସି ପତ୍ତା ମିଳିପାରି ନାହିଁ l କାର୍ ଧକ୍କାରେ ପୋଲ ବାଡl ଡେଇଁଁ ମହାନଦୀ ମଧ୍ୟକୁ ଛିଟିକି ପଡିଥିବା ସନ୍ଦେହ କରାଯାଉଥିବା ମହିଳା ପ୍ରତିମା ସାହୁଙ୍କ ଏ ପର୍ଯ୍ୟନ୍ତ କୌଣସି ଖୋଜ୍ ଖବର୍ ମିଳି ନଥିବା ବେଳେ ଅପରାନ୍ହ 3 ଘଣ୍ଟା ପର୍ଯ୍ୟନ୍ତ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ, ବୌଦ୍ଧ ପୋଲିସ୍ ସର୍ଚ୍ଚ ଅପରେସନ ଜାରି ରଖିଥିଲା l ସେହିପରି ମହିଳାଙ୍କ ପରିବାର ଲୋକ ମଧ୍ୟ ଦେଶୀ ଡଂଗା ଓ ପାରମ୍ପରିକ ନାବୀକ ମାନଙ୍କ ସହାୟତାରେ ମହାନଦୀର ତଳ ମୁଣ୍ଡରେ ଖୋଜାଖୋଜି ଜାରି ରଖିଥିବା ଜଣା ପଡିଛି l ତଳ ମୁଣ୍ଡରେ ମହାନଦୀରେ ଜାଲ ମଧ୍ୟ ଟଣା ଯାଇଥିବା ସୂଚନା ମିଳିଛି l ନିଖୋଜର ବହୁ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍ ଖବର୍ ନ ମିଳିବା ସମସ୍ତଙ୍କୁ ହତାଶ କରିଛି | ପରିବାରବର୍ଗ ବ୍ୟଥିତ ହୋଇ ପଡିଛନ୍ତି l ଗତକାଲି ସକାଳେ ଓଡ୍ରାଫ ଟିମ ଆଉଥରେ ସର୍ଚ୍ଚ ଅପରେସନ କରିବ ବୋଲି କୁହାଯାଉଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.