ନୂଆପଡ଼ା ରେ କମ୍ବିଙ୍ଗ ଅପରେସନ ଜୋରଦାର
ନୂଆପଡ଼ା: ବିଭିନ୍ନ ସୂତ୍ର ରୁ ଖବରପାଇଲାପରେ ନୂଆପଡ଼ା ପୋଲିସ ଏବଂ ଏସୋଜି ଯବାନ,ଡିଭିଏଫ, ଏବଂ ସିଆରପିଏଫ ଯବାନ ମାନେ ତା ୦୯.୦୧.୨୦୨୨ ରିଖ ସକାଳ ୮.୪୫ମିନିଟ ସମୟ ରେ ନିକଟସ୍ଥ ସୁନାବେଡ଼ା ଅଭୟାରଣ୍ୟ କୁ ଯାଇ ମିଳିତ ଭାବେ କମ୍ବିଙ୍ଗଅପରେସନ ଜାରି କରିବା ସହ ଖବର ମୁତାବକ ବହୁ ସଂଖ୍ୟା ରେ ଥିବା ମାଓବାଦୀ ଙ୍କ ସାଥିରେ ଗୁଳି ବିନିମୟ ହୋଇଥିଲା lମାଓବାଦୀ ଙ୍କ ପକ୍ଷରୁ ୫୦ ରୁ ୬୦ ଗୁଳିବିନିମୟ ହେବା ଫଳତଃ ବହୁ ସଂଖ୍ୟା ରେ ଥିବା ମାଓବାଦୀ ମାନେ ଛତ୍ରଭଙ୍ଗ କରି ପଳାୟନ କରିଛନ୍ତି lହେଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ବିଙ୍ଗ ଅପରେସନ ଜାରି ରହିଛି ବୋଲି ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଏକ ପ୍ରେସ ରିଲିଜ ଜାରି କରିଛନ୍ତି l
ନୂଆପଡ଼ା ଇପିଏ ରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )