ନୂଆପଡା ରେ ରନ୍ଧନ ଗ୍ୟାସ ବୃଦ୍ଧି କୁ ନେଇ ବିଜୁଜନତା ଦଳ ରାସ୍ତା କୁ ଓହ୍ଲାଇଲା

0 13

ନୂଆପଡା:-କେନ୍ଦ୍ରସରକାର ଙ୍କ ଏକଛତ୍ରବାଦ ଶାସନ କାଳରେ ଦିନକୁଦିନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ହେବାରେ ଲାଗିଛି lକିଏ କାହାକୁ ପଚାରେ ନିତି ରେ ମୋଦି ସରକାର କାହାରି କଥାକୁ ଭୃକ୍ଷେପ ନକରି ଖାଇବା ତେଲ ଠାରୁ ଆରମ୍ଭ କରି ରୋଷେଇ ଘରେ ବ୍ୟବହୃତ ଗ୍ୟାସ ସିଲିଣ୍ଡର ର ଦର ଆକାଶଛୁଆଁ ହୋଇପଡ଼ିଛି lଏହାକୁ କେନ୍ଦ୍ର କରି ବିଜୁଜନତା ଦଳ ର ଆହ୍ୱାନ କ୍ରମେ ନୂଆପଡ଼ା ରେ ସ୍ଥାନିୟ ଲୋକପ୍ରିୟ ବିଧାୟକ ଶ୍ରୀମାନ ରାଜେନ୍ଦ୍ର ଢୋଲକିଆ ଙ୍କ ନେତୃତ୍ବରେ ବିଜୁ ମହିଳା ଜନତା ଦଳ,ବିଜୁ ଛାତ୍ର,ଯୁବ ଜନତା ଦଳ ର ଶତାଧିକ କର୍ମୀ ଗ୍ୟାସ୍ ସିଲିଣ୍ଡର୍ ର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ କେନ୍ଦ୍ର ସରକାର ଙ୍କୁ ବାଧିଲାଭଳି ବିଭିନ୍ନ ସ୍ଳୋଗାନ ମାନ ଦେଇ ନୂଆପଡ଼ା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ଶ୍ରୀମାନ ଭାନୁପ୍ରତାପ ସିଂ ମାଝି, ଚନ୍ଦ୍ରକାନ୍ତ ସିଂ ଠାକୁର,ଖିତିସ ବୋଧଙ୍କର, ହରିଶ୍ଚନ୍ଦ୍ର ପଣ୍ଡା,ମହେଶ ନିଆଲ,ସୁଧିର ମିଶ୍ର ଙ୍କ ସମେତ ଶତାଧିକ ମହିଳା କର୍ମୀ,ଯୁବକ ଛାତ୍ର ସାମିଲ ହୋଇଥିଲେ lଏଇକ୍ରମରେ ଜିଲ୍ଲା ରେ ମୋଟ ୫ ଗୋଟି ବ୍ଳକ ରେ ଅନୁରୂପ ଗ୍ୟାସ ସିଲିଣ୍ଡର ର ଅହେତୁକ ଦରବୃଦ୍ଧି କୁ ନେଇ ବିଜୁ ମହିଳା ଜନତା ଦଳ ର କର୍ମୀ ମାନେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କଲାପରେ ମାନ୍ୟବର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ବି.ଡି.ଓ ମାନଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l

ନୂଆପଡା ଇପିଏ ରୁ ଡେନିଷ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.