ନୂତନ ଜିଲ୍ଲାପାଳଙ୍କ ର କାର୍ଯ୍ୟରେ ଯୋଗଦାନ

0 19

ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳ,ଖୋର୍ଦ୍ଧା ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଛନ୍ତି।ସରକାରୀ କାର୍ଯ୍ୟାଳୟ ରେ ଟେକ୍ନୋଲୋଜି ର ପ୍ରୟୋଗ ଏବଂ ଓସୱାସ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଛନ୍ତି।ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ,ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସହ ଜିଲ୍ଲାପାଳ ଏ ସମ୍ପର୍କରେ ଆଲୋଚନା କରିଥିଲେ।ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।ସମସ୍ତେ ମିଶି ଖୋର୍ଦ୍ଧା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳ ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ ସାକ୍ଷାତ ଆଲୋଚନାରେ କହିଛନ୍ତି।ପ୍ରଶାସନ ଲୋକମାନଙ୍କର ସୁବିଧା ପାଇଁ କାର୍ଯ୍ୟ କରିବ ଓ ସେମାନଙ୍କର ଆପତ୍ତି ଅଭିଯୋଗ ବିଷୟରେ ଅବଗତ ହୋଇ କ୍ଷେତ୍ରରେ ଯାହା ଅସୁବିଧା ଅଛି ସେ ସବୁ ସମାଧାନ ପାଇଁ ପଦକ୍ଷେପ ନେବ।ଖୋର୍ଦ୍ଧା ସହର ଓ ଜିଲ୍ଲାରେ ସ୍ବଚ୍ଛତା ପାଇଁ ପଦକ୍ଷେପ ନିଆଯିବ।ସ୍ବାସ୍ଥ୍ୟ ,ଶିକ୍ଷା,ଗମନାଗମନ କୁ ପ୍ରାଥମିକତା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ହେଉଅଛି।୫ ଟି ଓ ମୋ ସରକାର କାର୍ଯ୍ୟକ୍ରମ କୁ ଗୁରୁତ୍ବ ଦିଆଯିବ।ଆଗାମୀ ପଞ୍ଚାୟତ ନିର୍ବାଚନ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରିଚାଳନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଜିଲ୍ଲାପାଳ ସମୀକ୍ଷା କରିଥିଲେ।ଦଳଗତ ଭାବେ କାର୍ଯ୍ୟ କରି ସବୁ କ୍ଷେତ୍ରରେ ଉନ୍ନତି କରିବା କୁ ଜିଲ୍ଲାପାଳ କହିଛନ୍ତି। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଶ୍ରୀ ରାଜକିଶୋର ଦୋରା, ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ,ଉପଜିଲ୍ଲାପାଳ ,ଖୋର୍ଦ୍ଧା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଇପିଏରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.