ନୃସିଂହନାଥ ରେ ଝାଡୁ ମାରିଲେ ମନ୍ତ୍ରୀ
ଗତ କାଲି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ପରେ ରାତ୍ରିରେ ନୃସିଂହନାଥରେ ରାତ୍ରି ଯାପନ କରିଥିଲେ।
ଆଜି ସକାଳୁ ମନ୍ତ୍ରୀ ଟୁଡୁ ଙ୍କ ସମେତ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଙ୍କ ସମେତ ବିଜେପି ଦଳ ର ବରିଷ୍ଠ କାର୍ଯ୍ୟକର୍ତ୍ତା ନୃସିଂହନାଥ ମନ୍ଦିର ପରିସରରେ ସଫା ସୂତରା କରିଥିଲେ।
ଏହା ପରେ ସେ ନୃସିଂହନାଥ ମହାପ୍ରଭୁ ଙ୍କ ଦର୍ଶନ କରି କୃପା ଲାଭ କରିଥିଲେ। ଏହାପରେ ପଦ୍ମପୁର ଅଭିମୁଖେ ଯାତ୍ରା କରିଥିଲେ।
ପାଇକମାଳ ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )