ପଞ୍ଚାୟତି ରାଜ ଅନୁଷ୍ଠାନ ନିର୍ବାଚନ ପରିଚାଳନା ପାଇଁ ଭର୍ଚୁଆଲ ମୋଡରେ ବୈଠକ
ଖୋର୍ଦ୍ଧା ଜିଲ୍ଲାରେ ପଞ୍ଚାୟତି ରାଜ ଅନୁଷ୍ଠାନ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଏକ ବୈଠକ ଅନୁଷ୍ଠିତ ହୋଇଛି।କୋଭିଡ୍ ନିୟମ ପାଳନ ପୂର୍ବକ ନିର୍ବାଚନ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ କହିଥିଲେ।ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ମାସ୍କ୍ ବ୍ୟବହାର କରିବା,ସାମାଜିକ ଦୂରତା ରଖିବା ଓ କୋଭିଡ୍ ନିୟମ ଅନୂପାଳନ ପାଇଁ ଗୁରୁତ୍ବ ଦିଆଯାଉଛି।ନିର୍ବାଚନକୁ ମୁକ୍ତ , ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଜିଲ୍ଲାପାଳ କହିଥିଲେ।ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ହେଉଅଛି ଏବଂ ପ୍ରାର୍ଥୀ ପତ୍ର ମଧ୍ୟ ଯାଞ୍ଚ୍ କରାଯିବ।ନିର୍ବାଚନ ପ୍ରଚାର ସମ୍ପର୍କରେ ଆଲୋଚନା ହୋଇଥିଲା।କୌଣସି ରୋଡ ଶୋ, ପଦ ଯାତ୍ରା ଓ ବିଜୟ ଶୋଭାଯାତ୍ରା ହେବ ନାହିଁ।ଖୋର୍ଦ୍ଧା ଜିଲ୍ଲାରେ ଫେବୃଆରୀ ୧୬ ତାରିଖରୁ ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତି ରାଜ ନିର୍ବାଚନ ଅନୁଷ୍ଠିତ ହେବ।ନିର୍ବାଚନ ପାଇଁ ଆବଶ୍ୟକ କର୍ମଚାରୀ ନିୟୋଜିତ ହେବେ ଏବଂ ପୋଲିଂ ପାର୍ଟି ଗଠନ କରାଯିବ।ନିର୍ବାଚନ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ।
ବ୍ଲକ୍ ସଦର ମହକୁମାରେ କାଉଣ୍ଟିଂ ସେଣ୍ଟର୍ କରାଯିବ।ଫେବୃଆରୀ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣନା କରାଯିବ ବୋଲି ଆଲୋଚନା ହୋଇଥିଲା।ନିର୍ବାଚନ ପୂର୍ବରୁ ପୋଲିଂ ଷ୍ଟେସନ ବିଶୋଧନ କରାଯିବ।ବିଭିନ୍ନ ବ୍ଲକ୍ ଅଞ୍ଚଳରେ ପୋଲିସ ଟିମ୍ ତଦାରଖ କରିବେ।ଆଦର୍ଶ ନିର୍ବାଚନ ଆଚରଣ ବିଧି ପାଳନ କରାଯିବ।ନିର୍ବାଚନ ପରିଚାଳନା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଶ୍ରୀ ରାଜକିଶୋର ଦୋରା, ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ,ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ଆଇ ଗୌରବ ଶିବାଜି,ଜିଲ୍ଲା ପଞ୍ଚାୟତ ଅଧିକାରୀ ,ବିଭିନ୍ନ ବ୍ଲକ୍ ର ବିଡ଼ିଓ,ତହସିଲଦାର,ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )