ପବିତ୍ର ବିଜୟା ଦଶମୀ ରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ
ପବିତ୍ର ବିଜୟା ଦଶମୀ ରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନା ବେଶ ଦର୍ଶନ ରୁ ବଂଚିତ ହୋଇ ଛନ୍ତି ଭକ୍ତ। ଏହାକୁ ନେଇ ଭକ୍ତ ବେଶ ନିରାଶ ହୋଇ ଚନ୍ତି। ସକାଳୁ ଭକ୍ତ ମାନେ ଶ୍ରୀମନ୍ଦିର ସିଂହ ଦ୍ୱାର ଆସି ପତିତପାବନ ଙ୍କୁ ମୁଣ୍ଡିଆ ମାରି ନୀଳଚକ୍ର କୁ ଦର୍ଶନ କରି ଫେରୁଛନ୍ତି। ପ୍ରତିବର୍ଷ ଦଶହରା ରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ପାଇଁ ବେଶ ଭିଡ଼ ହୋଇ ଥାଏ ଶ୍ରୀମନ୍ଦିର ରେ । ତେବେ କୋଭିଡ ପରିସ୍ଥିତି କୁ ଦୃଷ୍ଟି ରେ ରଖାଯାଇ ଭକ୍ତ ଙ୍କ ସୁରକ୍ଷା ପାଇଁ ଆଜି ଶ୍ରୀମନ୍ଦିର ରେ ଦର୍ଶନ ବନ୍ଦ କରାଯାଇଛି। ଅଧିକ ଭିଡ଼ ହେଲେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ରେ ଦର୍ଶନ ବନ୍ଦ ରଖାଯାଇଛି। ସେପଟେ ଆସନ୍ତା କାଲି ପୁରୀ ରେ ଶାରଦୀୟ ଦୁର୍ଗା ପୂଜା ରେ ପୂଜା ପାଉଥିବା ଗୋଶାଣୀ ଦେବୀ ଙ୍କ ଭାଷାଣ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା କାଲି ଦିନ 12 ଟା ରୁ ଭାଷାଣ ଉତ୍ସଵ ଶେଷ ଯାଏ ଶ୍ରୀମନ୍ଦିର ଚାରି ପାଖ ସମେତ ମରିଚିକୋଟ ଛକ ଯାଏ 144 ଧାରା କଟକଣା ରହିବ। କୌଣସି ଭକ୍ତ ଙ୍କୁ ଉପସ୍ଥିତ ରହିବା ପାଇଁ ସୁଯୋଗ ଦିଆଯିବ ନାହିଁ । ଗୋଶାଣୀ ଦେବୀ ଭାଷାଣ ଉତ୍ସବ ପୂର୍ବରୁ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ରେ ସବୁ ଦେବୀ ମୂର୍ତି ପହଂଚିବା ପରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ। ପରେ ଶ୍ରୀମନ୍ଦିର ରେ ମହାଦୀପ ଉଠିବା ପରେ ମେଢ଼ ଗୁଡ଼କୁ ଜଳ ରେ ବିସର୍ଜନ ପାଇଁ ନିଆଯାଇ ଥାଏ। ଏହି ଦେବ ସଭା ଦେଖି ବାକୁ ହଜାର ହଜାର ଭକ୍ତ ବଡ଼ ଦାଣ୍ଡ ରେ ଏକାଠି ହୋଇ ଥାନ୍ତି । ତେବେ ଭିଡ଼ ହେବା ଆଶଙ୍କା କୁ ନେଇ 144 ଧାରା ଜାରି କରାଯାଇଛି ପ୍ରଶାସନ ପକ୍ଷରୁ। ତେବେ ଆସନ୍ତା କାଲି ସକାଳୁ ଦିନ 12 ଟା ଯାଏ ଭକ୍ତ ଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। 12ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ପୁରୀ ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )