ପିଏମ କେରେସ ପାଣ୍ଠି ରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୦୦୦ଏଲପିଏସଏ ଉଦଘାଟିତ

0 76

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଦିନ ଉତ୍ତରାଖଣ୍ଡର ଋଷିକେଶରେ ଥିବା ଏମ୍ସ ଠାରେ ଏକ କାର୍ଯ୍ୟକ୍ରମରେ ଅମ୍ଳଜାନ କାରଖାନା ଉଦ୍ଘାଟନ କରିଦେଇଛନ୍ତି | ଏହା ଦେଶରେ ଏକାଥରକେ ୩୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩୫ଟି ପ୍ରେସର ସୁଇଙ୍ଗ୍ ଆଡସର୍ପସନ୍ ପିଏମ କ୍ୟାରସ୍ ପାଣ୍ଠି ଅଧୀନରେ ପ୍ରତିଷ୍ଠିତ ଅମ୍ଳଜାନ କାରଖାନା ମଧ୍ୟରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ୧୦୦୦ଏଲପିଏସଏ ବିଶିଷ୍ଟ ଅମ୍ଳଜାନ କାରଖାନା ଉଦ୍ଘାଟନ କରିଦେଇଛନ୍ତି | ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିଜ ସ°ଭାଷଣରେ କହିଛନ୍ତି ଯେ ଉକ୍ତ ଅମ୍ଳଜାନ ପ୍ଲାଣ୍ଟ ଦେଶର ସମସ୍ତ ଜିଲ୍ଲା ବର୍ତ୍ତମାନ ପିଏସଏ ଅମ୍ଳଜାନ କାରଖାନା କାର୍ଯ୍ୟକ୍ଷମ କରିବ ।

ସମଗ୍ର ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କ୍ୟାରସ୍ ପାଣ୍ଠି ଅଧୀନରେ ସମୁଦାୟ ୧୨୨୪ ପିଏସଏ ଅମ୍ଳଜାନ କାରଖାନାକୁ ଅର୍ଥ ପ୍ରଦାନ କରାଯାଇଥିବା ମଧ୍ୟରୁ ୧୧୦୦ ରୁ ଉର୍ଦ୍ଧ୍ବ ପ୍ଲାଣ୍ଟ ଦୌନିକ ୧୭୫୦ ଏମଟି ଅମ୍ଳଜାନ ଉତ୍ପାଦନ ସକାଶେ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ ମା’କି ଜୟ କହି ନିଜ ଅଭିଭାଷଣ ଆରମ୍ଭରେ ନବରାତ୍ରୀ ପ୍ରଥମ ଦିବସ ହିମାଲୟ ପୂତ୍ରୀ ଶୌଲପୂତ୍ରୀ ଦିବସରେ ଏହି ପବିତ୍ର ମାଟିରେ ନତମସ୍ତକ ପ୍ରଣାମ କରି ଆଜି ମୁଁ ଆଶୀର୍ବାଦ ଅନୁଭବ କରି ମୋର ଜିବନର ଏହାଠାରୁ ବଡ ଭାଗ୍ୟ ଆଉ କଣ ରହିଛି କହି ଆରମ୍ଭ କରିଥିଲେ । ସେ ପୁଣି କହିଛନ୍ତି ଯେ ଅକ୍ଟୋବର ୭ ୨୦୦୧ରେ ଠିକ୍ ଆଜିର ଦିନରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରଠାରୁ ସରକାରୀ କାର୍ଯ୍ୟାଳୟରେ ତାଙ୍କର ୨୦ବର୍ଷ ସେବା ସମାପ୍ତ କରି ଦେଶ ସେବା କରିବାର ଏକ ସୁଯୋଗ ଯାହା ଗତ ୨୦ ବର୍ଷ ଧରି ଦେଶବାସୀଙ୍କୁ ସେବା କରିବାର ସୌଭାଗ୍ୟ ପାଇଛି., ଯାହା କିଛି ଏହା କେବଳ ଦେଶବାସୀଙ୍କ ମୋ ପ୍ରତି ରଖିଥିବା ଶ୍ରଦ୍ଧା ଓ ବିଶ୍ୱାସ ମୋତେ ଦେଶସେବା କରିବାରେ ଏକ ଶକ୍ତି ଦେଇଛି ଯାହା କି ତାଙ୍କର ଦେଶର ବିକାଶର ନିକଟ ସୂତ୍ରଗୁଡିକ ସୂଚିତ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ ସମୟରେ କହିଛନ୍ତି ଯେ ଭାରତରେ କୋଭିଡ -୧୯ ଟୀକାକରଣ ଡ୍ରାଇଭ କକରିବାରେ ବିଶ୍ୱର ଦ୍ରୁତତମ । ବର୍ତ୍ତମାନ ସୁଦ୍ଧା ଆମ ଦେଶ ଭାରତରେ ୯୩କୋଟି ଟିକାକରଣ ହୋଇଯାଇଛି । ଅତି ଅଳ୍ପ ଦିନ ମଧ୍ୟରେ ସାରା ଦେଶରେ ଶୀଘ୍ର ୧୦୦ କୋଟି ଟୀକାକରଣ ମାର୍କ ଅତିକ୍ରମ କରିବାରେ ସମ୍ପୂର୍ଣ୍ଣ ରୂପେ ସଫଳ କରିବ ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ କୋଭିଦ୧୯ ସମୟରେ ଭାରତୀୟ ବୌଗ୍ୟାନିକଙ୍କ ବୁଦ୍ଧି ଗ୍ୟାନକୌସଳରେ ତାଙ୍କ ଦ୍ବାରା ତିଆରି ଭେକ୍ସିନ ଓ ଔଷଧ ଦେଶବାସୀଙ୍କୁ ମୁକ୍ତ ରୂପେ ପ୍ରଦାନ କରି ଭଲ କରିବା ସହ ସାରା ବିଶ୍ୱରେ କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ୧୨୩ ଦେଶକୁ ଭାରତ ନିଜ ତିଆରି ଭେକ୍ସିନ ଓ ଔଷଧ ଯୋଗାଇ ସଫଳତା ହାସଲ କରିଛି । ପୂର୍ବରୁ ଯାହା କି ବିଦେଶରେ ତିଆରି ଭେକ୍ସିନ ଆମ ଦେଶକୁ ପହଞ୍ଚିବା ପାଇଁ ପ୍ରାୟ ୮-୧୫ ଲାଗିଯାଉଥିଲା । କିନ୍ତୁ, ଆମ ଭାରତ ଦେଶ କୋଭିଦ ସମୟରେ ବିଶ୍ୱରେ ଅତି ଅଳ୍ପ ସମୟରେ ଯୋଗାଇବା ନେଇ ସାରା ବିଶ୍ୱ ଭାରତର ଜନଶକ୍ତିକୁ ଦେଖିଆସୁଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ
ଧାମି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧିରେ ମୋଦୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।
ଏହି ଉଦ୍ଘାଟନୀ ଅବସରରେ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କହିଥିଲେ ଯେ ଏହି ଅକ୍ସିଜନ ପ୍ଲାଣ୍ଟ ଯୋଗୁଁ ଜିଲ୍ଲାବାସୀ ବହୁତ ଉପକୃତ ହେବ ଓ ଏହା ହସ୍ପିଟାଲରେ ଥିବା ସମସ୍ତ ବେଡକୁ ସ°ଯୋଗ କରିଛି । ପୂର୍ବରୁ ବାହାରରୁ ଆଣିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ତାହା ଆଉ ଦରକାର ପଡିବ ନାହିଁ ବୋଲି କହିଛନ୍ତି ।
ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରୁ ରାୟଗଡା ବିଧାୟକ, ସିପିଏମ ପିହେଚ ସହ ନର୍ସ, ହସ୍ପିଟାଲ କର୍ମଚାରୀ ଅ°ଶଗ୍ରହଣ କରିଥିଲେ ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.