ପୁରୀ ବାସିନ୍ଦା ଏବେ ପ୍ରତିଦିନ ଜାଗା ଦର୍ଶନ ରୁ ବଂଚିତ ହେଉଛନ୍ତି

0 3

ଶ୍ରୀମନ୍ଦିର ପ୍ରଶାସନ ର ନିସ୍ପତି ଯୋଗୁ ପୁରୀ ବାସିନ୍ଦା ଏବେ ପ୍ରତିଦିନ ଜାଗା ଦର୍ଶନ ରୁ ବଂଚିତ ହେଉଛନ୍ତି। ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତ ଙ୍କ ସହ ଲାଇନ ରେ ଦିର୍ଘ ସମୟ ଅପେକ୍ଷା କରି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି। ଫଳରେ ମହାପ୍ରଭୁଙ୍କ ର ପ୍ରତିଦିନ ଦର୍ଶନ କରିବା ପୁରୀ ବାସିନ୍ଦା ଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି । ସେହିପରି ମହା ପ୍ରାସାଦ ଟିକେ ଆଣିବାକୁ ମଧ୍ୟ ଲାଇନ ରେ ଯାଇ ଦୀର୍ଘ ସମୟ ପରେ ଅବଢ଼ା ଆଣୁଛନ୍ତି। ଯାହାକୁ ନେଇ ପୁରୀ ପୌରାଞ୍ଚଳ ବାସୀ ବେଶ ଅସୁବିଧା ଭୋଗୁଥିବା ବେଳେ ପ୍ରଶାସନ ର ଏହି ନିସ୍ପତି କୁ ବଦଳାଇବାକୁ ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି। ପୁରୀ ଜିଲାପାଳ ଙ୍କୁ 15 ଟି ଗଣ ସଂଗଠନ ଭେଟି ପୁରୀ ବାସୀଙ୍କ ଙ୍କ ପାଇଁ ପୂର୍ବ ଭଲି ଶ୍ରୀମନ୍ଦିର ର ସମସ୍ତ ଦ୍ୱାର ଖୋଲିବାକୁ ଦାବି ଜଣାଇଛନ୍ତି । ମହାପ୍ରଭୁ ହେଉଛନ୍ତି ପୁରୀ ବାସୀଙ୍କ ଆରାଧ୍ୟ ଦେବତା। ତାଙ୍କର ଦୈନିକ ଦର୍ଶନ ବିନା ପୁରୀ ର ଅଧିକାଂଶ ବ୍ୟକ୍ତି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସେହିପରି ବୟସ୍କ ବ୍ୟକ୍ତି ମାନେ ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ତୃପ୍ତ ହୁଅନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କେଵଳ ସିଂହ ଦ୍ୱାର ରେ ପ୍ରବେଶ ଅନୁମତି ଲାଗୁ କରିବା ପରେ ପୁରୀ ବାସିନ୍ଦା ବାହାରୁ ଆସୁଥିବା ଭକ୍ତ ଙ୍କ ସହ ପ୍ରଶାସନ ପ୍ରତିଦିନ ଲାଇନ ରେ ଦିର୍ଘ ସମୟ ଠିଆ ହୋଇ ଦର୍ଶନ କରିବା ସମ୍ଭବ ହେଉନାହି। ଏଣୁ ପୁରୀ ବାସିନ୍ଦା ଅନୁରୋଧ ରକ୍ଷା କରି ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସମସ୍ତ ଦ୍ୱାର ରେ କେବଳ ପୁରୀ ବାସିନ୍ଦା ଙ୍କୁ ପରିଚୟ ପତ୍ର ଦେଖାଇ ପ୍ରବେଶ ଅନୁମତି ଦେବାକୁ ଜିଲାପାଳ ଙ୍କ ନିକଟରେ ଦାବି କରିଚନ୍ତି ବୁଦ୍ଧିଜୀବୀ।
ସେପଟେ ପୁରୀ ଜିଲାପାଳ କହିଛନ୍ତି ଖୁବ ଶୀଘ୍ର ଏ ନେଇ ଏକ ବୈଠକ ହେବ। ସ୍ୱତନ୍ତ୍ର sop ଅଣାଯିବି । ପରେ ପୁରୀ ବାସିନ୍ଦା ଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର। ବ୍ୟବସ୍ଥା ହେବ।
ବିନା ଭକ୍ତ ରେ ରଥଯାତ୍ରା ହେଉକି ସ୍ନାନଯାତ୍ରା । ଏପରିକି ଶ୍ରୀମନ୍ଦିର ଐତିହ କରିଡର କାର୍ଯ୍ୟ ରେ ପ୍ରଶାସନ କୁ ପୁରୀ ସହର ବାସୀ ସବୁବେଳେ ସାହାଯ୍ୟ ର ହାତ ବଢ଼େଇ ଚନ୍ତି। ତେବେ ପ୍ରଶାସନ ପୁରୀ ବାସିନ୍ଦା ଙ୍କୁ ମହାପ୍ରଭୁଙ୍କ ନିମନ୍ତେ କେବେ ବିଶେଷ ବ୍ୟବସ୍ଥା କରୁଛି ତାକୁ ଏବେ ସହର ବାସି ଅପେକ୍ଷା କରିଛନ୍ତି

ପୁରୀ ଜିଲ୍ଲା ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.