ପୂଜ୍ୟ ପୂଜା ସମିତି ପକ୍ଷରୁ ଆମ୍ବେଦକରଙ୍କ ମହାନିର୍ବାଣ ଦିବସ ପାଳନ

0 11

ଭାରତବର୍ଷର ସମ୍ବିଧାନପ୍ରଣେତା ତଥା ଶୋଷିତ ଅତ୍ୟାଚାରିତ ମଣିଷଙ୍କ ତ୍ରାଣକର୍ତ୍ତା ଡ଼ଃ. ଭୀମରାଓ ଆମ୍ୱେଦକରଙ୍କ ମହାପରୀନିର୍ବାଣ ଦିବସକୁ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମୁଖ୍ୟରାସ୍ତାରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମିତି ସଭାପତି ବଂଶୀଧର ଭୂୟାଁ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି l ସ୍ୱାଧୀନତାର ବହୁ ବର୍ଷ ପରେ ବି ଆମକୁ ଆମ ଦେଶରେ ଜାତିବାଦ, ଧାର୍ମିକ ମୌଳବାଦୀ ଚିନ୍ତା କାର୍ଯ୍ୟକଳାପ ଠୁ ଆରମ୍ଭକରି ସମସ୍ତ ପ୍ରକାର ଅସମାନତା, ପରାଧୀନତା, ଅଭାବ ଅନାଟନ ର ଶୃଙ୍ଖଳ ମଧ୍ୟରେ ବାନ୍ଧି ରଖାଯାଇଛି l ପୁଞ୍ଜିପତିଙ୍କ ହାତରେ ଖେଳନା ସାଜି ଆମ ନିର୍ବାଚିତ ପ୍ରତିନିଧିମାନେ ଆମକୁ ଶୋଷଣ କରିଚାଲିଛନ୍ତି l ଏକଦା ଜନଗଣଙ୍କ ଟିକସ ରୁ ଗଢିଉଠିଥିବା ରାଷ୍ଟ୍ରୀୟ ସମ୍ପତ୍ତି ଓ ଖଣି ଖାଦାନ, ଜଙ୍ଗଲ,ନଦୀ,ପାହାଡ଼,ଝରଣା ଆଦି ପ୍ରାକୃତିକ ସମ୍ପଦକୁ ବିଭିନ୍ନ ଘରୋଇ କମ୍ପାନୀ ହାତକୁ ବିକ୍ରି ଚାଲିଛି l ଏହି ପରିସ୍ଥିତିରେ ଜ୍ଞାନପୁରୁଷ ଡ଼ଃ.ବି. ଆର. ଆମ୍ବେଦକର ଙ୍କ ଲିଖିତ ସମ୍ବିଧାନକୁ ମଧ୍ୟ ସଠିକ କାର୍ଯ୍ୟକାରୀ ନ କରି ସେଥିରେ ପ୍ରଦତ୍ତ ଅଧିକାର ଗୁଡିକୁ କ୍ଷୁର୍ଣ୍ଣ କରାଯାଇ ପୁଞ୍ଜିବାଦୀ -ବ୍ରାହ୍ମଣବlଦୀ ଧାରାରେ ତାକୁ ପରିବର୍ତ୍ତନ କରାଚାଲିଛି l ସମ୍ବିଧାନର ମୂଳ ଢାଞ୍ଚା ଗଣତନ୍ତ୍ର ଓ ଧର୍ମନିରପେକ୍ଷତା କୁ ପ୍ରତିଦିନ ଯେଉଁପ୍ରକାର ହତ୍ୟା କରାଯାଉଛି, ତାହା ଅତ୍ୟନ୍ତ ସମ୍ବେଦନlମୂଳକ ପ୍ରସଙ୍ଗ l ଏଣୁ ବର୍ତମାନର ସ୍ଥିତିକୁ ସଜାଡ଼ିବାପାଇଁ ସମାଜକୁ ଆମ୍ବେଦକର -ଭଗତ ସିଂ ବିଚାରଧାରାରେ ସମ୍ବିଧାନର ସୁରକ୍ଷା ପାଇଁ ଆମକୁ ଏକାଠି ହେବା ଆବଶ୍ୟକ ବୋଲି ଉପସ୍ଥିତ ବକ୍ତା ଓ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ସମ୍ପାଦକ ଏସ. ସlମ୍ବଶିବା ରାଓ,ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ଗୋପାଳ ପାଣିଗ୍ରାହୀ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ବିଜୟ ସ୍ୱାଇଁ,ସତ୍ୟ ନାରାୟଣ ରାଓ, ଏସ. କେଶବ ଲିଙ୍ଗମ,ବିଜୟ ଚନ୍ଦ୍ର ବିଶୋଇ,ରାମଚନ୍ଦ୍ର ସାହାଣୀ, କେ.ଭେଙ୍କେଟରାମଣା ସୁବୁଦ୍ଧି, କେ. ଗୁରୁମୂର୍ତ୍ତି, ପ୍ରଦୀପ କୁମାର ସାବତ, ଜଟେଶ୍ୱର ସାହୁ,ସୁରେନ୍ଦ୍ର ନାଥ ପଣ୍ଡା,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଅମୁଲ୍ୟ ଚନ୍ଦ୍ର ପଣ୍ଡା,ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ବ୍ରହ୍ମପୁର ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.