ପୂର୍ବତନ ଡେପୁଟି ସେକ୍ରେଟାରୀ ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ସି.ଏମ.ସି. ପକ୍ଷରୁ ଥାନାରେ ଏତଲା

0 30

କଟକ: କଟକ ମହାନଗର ନିଗମ ବା ସି.ଏମ.ସି.ରେ ଏକ ବଡ଼ ଧରଣ ଦୁର୍ନୀତି ଏବେ ସାମନାକୁ ଆସିଛି । ଜାଲ ରସିଦ ଦେଇ ପ୍ରାୟ ଦୁଇ କୋଟି ଟଙ୍କାର ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ସି.ଏମ.ସି.ର ପୂର୍ବତନ ସିଏମସି ଡେପୁଟି ସେକ୍ରେଟାରୀ ନିର୍ମଳ ନାୟକ ଓ କେୟାର ଟେକର୍ ପ୍ରଦୀପ ସାମଲଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛି ନିଜେ ସି.ଏମ.ସି.। ସି.ଏମ.ସି. ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲା ମୁତାବିକ ଏହି ଦୁଇ କର୍ମଚାରୀ ୨୦୦୯ ରୁ ୨୦୧୬ ମସିହା ମଧ୍ୟରେ ଏହି ଟଙ୍କା ହେରଫେର କରିଛନ୍ତି । ବିଶେଷ କରି ଶହୀଦ ଭବନ ଓ ସି.ଏମ.ସି. କଲ୍ୟାଣ ମଣ୍ଡପ ବୁକିଂ ଓ ହୋଡ଼ିଂ ପାଉତି କାଟିବା କ୍ଷେତ୍ରରେ ଏହି ଅର୍ଥ ହେରଫେର ହୋଇଥିଲା । ଲୋକେ ଟଙ୍କା ଦେଇ କଲ୍ୟାଣ ମଣ୍ଡପ ଓ ଶହିଦ ଭବନ ବୁକ୍ କରୁଥିଲେ । କିନ୍ତୁ ବୁକିଂ ବାବଦ ସେହି ଟଙ୍କା ସି.ଏମ.ସି. ଖାତାକୁ ନଯାଇ ସିଧାସଳଖ ତତ୍କାଳୀନ ସି.ଏମ.ସି. ଡେପୁଟି ସେକ୍ରେଟାରୀ ନିର୍ମଳ ନାୟକଙ୍କ ପକେଟକୁ ଯାଉଥିଲା । ଏହି ଠକେଇରେ ଶହୀଦ ଭବନ ଓ ସି.ଏମ.ସି. କଲ୍ୟାଣ ମଣ୍ଡପର କେୟାର ଟେକର୍ ପ୍ରଦୀପ ସାମଲ ନିର୍ମଳ ନାୟକଙ୍କୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରୁଥିଲେ । ଅଧିକାଶଂ କ୍ଷେତ୍ରରେ ଲୋକଙ୍କୁ ଜାଲ ରସିଦ ଦେଇ ଏଭଳି ଠକାମୀ କରାଯାଉଥିବା କଥା ମଧ୍ୟ ନିଜ ଏତଲାରେ ଉଲ୍ଲେଖ କରିଛି ସି.ଏମ.ସି. । ଏହି ଠକେଇ ବାବଦରେ ୨୦୧୬ରେ ସି.ଏମ.ସି. ଅଡିଟ୍ ରିପୋର୍ଟରେ ସାମନାକୁ ଆସିଥିଲା । ସି.ଏମ.ସି. ଅଡିଟ୍ ଟିମ୍ ଏହି ଏହି ଠକେଇକୁ ଧରିବା ପରେ ତତ୍କାଳୀନ କେୟାର ଟେକର ପ୍ରଦୀପ ସାମଲଙ୍କୁ ନିଲମ୍ବିତ କରାଯାଇଥିଲା। କେବଳ କେୟାର ଟେକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ, ତେଣୁ ଓଏସ ଅଫିସରଙ୍କ ନିର୍ମଳ ନାୟକଙ୍କ ଵିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣେ ବ୍ୟକ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ନେଇ ଏତଲା ଦେବା ପାଇଁ ସି.ଏମ.ସି.କୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ପୁରୀ ଘାଟ ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୦୬/୪୦୯/୪୬୮/୪୭୧/୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ମାମଲାର ତଦନ୍ତ ଜାରି ରହିଛି ଓ ଯେଉଁମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଥିଲେ କଟକ ଡି.ସି.ପି.।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.