ପେଟ୍ରୋଲ ଓ ଡିଜେଲ ପରେ ଖାଇବା ତେଲର ଦାମ କମାଇଲେ କେନ୍ଦ୍ର ସରକାର

0 18

ନୂଆଦିଲ୍ଲୀ: ଦୀପାବଳି ପୂର୍ବ ଦିନ ଭଳି ଦୀପାବଳି ପରଦିନ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉପର ମୁହାଁ ହୋଇଥିବା ଖାଇବା ତେଲକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଶୁଳ୍କ ହ୍ରାସ ଟିକସ ହ୍ରାସ ହୋଇଥିବାରୁ ବିଭିନ୍ନ ତେଲର ଲିଟର ପିଛା ଦାମ ୪ରୁ ୭ ଟଙ୍କା ଯାଏ ଶସ୍ତା ହେବ। କେନ୍ଦ୍ର ସରକାର ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଭଳି ତେଲ ଉପରେ ଲାଗୁଥିବା ଶୁଳ୍କକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି। ପୂର୍ବରୁ ଏହି ୩ ପ୍ରକାରର ଅଶୋଧିତ ତେଲରୁ ୨.୫%ରେ ଆମଦାନୀ ଶୁଳ୍କ ଆଦାୟ କରାଯାଉଥିଲା। କିନ୍ତୁ ଏବେ ଏହା ହ୍ରାସ ପାଇ ଶୂନ ହୋଇଛି।
ସେହିପରି ଅଶୋଧିତ ପାମୋଲିନ୍ ତେଲ ଉପରେ ଲାଗୁଥିବା ୨୦% କୃଷି ସେସ୍‌କୁ ୭.୫% କରି ଦିଆଯାଇଛି। ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଲାଗୁଥିବା କୃଷି ସେସ୍ ମଧ୍ୟ ୫%କୁ ଖସିଛି। ଅର୍ଥ ମନ୍ତ୍ରଣାଳୟ କହିଛି, ବିଶୁଦ୍ଧ ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ଲାଗୁଥିବା ଟିକସ ପରିମାଣକୁ ୧୭.୫%କୁ ଖସିଛି। ପୂର୍ବରୁ ଏହା ୩୨.୫% ରହିଥିଲା।

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.