ପୋଲସରା ଏନ୍ ଏ ସି ରେ ମୋ ସ୍ୱାଭିମାନ-ସ୍ୱଛ ଗଞ୍ଜାମ ଅଭିଯାନ ଆରମ୍ଭ

0 10

ପୋଲସରା : ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ଠାରୁ ସମଗ୍ର ଗଞ୍ଜାମ ଜିଲ୍ଲା ରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ସାରା ଜିଲ୍ଲା ରେ ମୋ ସ୍ୱାଭିମାନ-ସ୍ୱଛ ଗଞାମ ଅଭିଯାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆଜି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସ୍ୱଛ ଭାରତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ଯନ୍ତ୍ରୀ ଏସ ଚିତ୍ରସେନ ରେଡି ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ସିଡିପିଓ କୁନ୍ତଳା କୁମାରୀ ନାୟକ ଯୋଗ ଦେଇଥିଲେ। ଏହା ପରେ ପରିଷଦ ର ସମସ୍ତ କର୍ମଚାରୀ , ଅଙ୍ଗନବାଡି କର୍ମୀ , ଆଶା କର୍ମୀ ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ର ସଦସ୍ୟା ମାନେ ଶୋଭାଯାତ୍ରା ରେ ବାହାରି ସହର କୁ ସ୍ୱଛ ରଖିବା ପ୍ଲାଷ୍ଟିକ ବ୍ୟବହାର କୁ କଡାକଡି ଭାବେ ବନ୍ଦ କରିବା ପ୍ରଭୃତି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏବଂ ପଥପ୍ରାନ୍ତ ସଭା କରି ଲୋକ ମାନଙ୍କୁ ସଚେତନ କରାଇଥିଲେ। ପରିଷଦ ର ବରିଷ୍ଠ କିରାଣୀ ପ୍ରଦୀପ କୁମାର ସାହୁ , ଭଗବାନ ପ୍ରଧାନ , ଅଙ୍ଗନବାଡି ସୁପର ଭାଇଜର ରୁନୁ ସାହୁ , ଅଭିମନ୍ୟୁ ଦାସ ସର୍ବନାମ ଦାସ , ସୁଦାମ ସାହୁ ଗାନ୍ଧୀ କୋଠିଆ, ବିଶ୍ୱନାଥ ଜାନି , ଦେବେନ୍ଦ୍ର ପାତ୍ର , ଜିତେନ୍ଦ୍ର ଦାସ , ଜଗଦୀଶ ସାହୁ ଓ ସ୍ୱଛ ସାଥି ସୁପରଭାଇଜର ଦିବ୍ୟ ଭାରତୀ ରଥ ପ୍ରମୁଖ ସମସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.