ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶିତ

0 9

ପୋଲସରା : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ୱାର୍ଡ ସକାଶେ ସଂରକ୍ଷଣ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପରିଷଦ ର ୧୦ ନମ୍ବର ୱାର୍ଡ ଟି ଆଦିବାସୀ ମହିଳା ବର୍ଗ ପାଇଁ ସଂରକ୍ଷିତ କରା ଯାଇଥିବା ବେଳେ ୧ ନମ୍ବର ୱାର୍ଡ ଟି କୁ ହରିଜନ ବର୍ଗ ଓ ୫ ଏବଂ ୧୪ ନମ୍ବର ୱାର୍ଡ କୁ ହରିଜନ ମହିଳା ବର୍ଗ ପାଇଁ ସଂରକ୍ଷିତ କରାଯାଇଛି। ସେହିପରି ୱାର୍ଡ ନମ୍ବର ୮ ଓ ୧୯ କୁ ପଛୁଆ ବର୍ଗ ଏବଂ ୱାର୍ଡ ନମ୍ବର ୨ , ୧୨ ଓ ୧୮ କୁ ପଛୁଆ ବର୍ଗ ମହିଳା ମାନଙ୍କ ସକାଶେ ସଂରକ୍ଷିତ ରଖାଯାଇଛି। ୱାର୍ଡ ନମ୍ବର ୩ , ୯ ଓ ୧୭ କୁ ମହିଳା ମାନଙ୍କ ପାଇଁ ସଂରକ୍ଷିତ କରା ଯାଇଥିବା ବେଳେ ୪ , ୬ , ୭, ୧୩ , ୧୫ ଏବଂ ୧୬ ନମ୍ବର ୱାର୍ଡ କୁ ସଂରକ୍ଷଣ ମୁକ୍ତ ରଖାଯାଇଛି। ଏହି ପରି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୯ ଟି ୱାର୍ଡ ମଧ୍ୟରୁ ୧୦ ଟି ୱାର୍ଡ ମହିଳା ମାନଙ୍କ ସକାଶେ ସଂରକ୍ଷିତ ରହିଛି। ପ୍ରକାଶିତ ସଂରକ୍ଷଣ ତାଲିକା ସମ୍ପର୍କରେ ଆପତ୍ତି ଅଭିଯୋଗ କିମ୍ବା କୌଣସି ପ୍ରସ୍ତାବ ଥିଲେ ଚଳିତ ମାସ ୧୮ ସୁଧା ଗଞାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦାଖଲ କରିବା ପାଇଁ ବିଜ୍ଞପ୍ତି ରେ ପ୍ରକାଶ ପାଇଛି। ତେବେ ଏହି ତାଲିକା ଚୁଡାନ୍ତ ହେଲେ ବିରୋଧ ଦଳର ବହୁ ତୁଙ୍ଗ ନେତା ନିର୍ବାଚନ ପ୍ରତିଦ୍ବନ୍ଦିତା ରୁ ବଞ୍ଚିତ ହେବେ ବୋଲି ଆଲୋଚନା ହେଉଛି। ବିରୋଧୀ ଦଳ ର ଟାଣୁଆ ନେତା ମାନଙ୍କୁ ନିର୍ବାଚନ ରୁ ଦୁରେଇ ରଖି ସହଜ ରେ ପରିଷଦ ଦଖଲ କରିବା ପାଇଁ ଶାସକ ଦଳ ଚାପରେ ଏପରି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଘୁମୁସର ଜିଲ୍ଲା ବିଜେପି ସମ୍ପାଦକ ସିମାଞ୍ଚଳ ସାହୁ ଅଭିଯୋଗ କରିବା ସହିତ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଆବଶ୍ୟକ ହେଲେ ଅଦାଲତ ରେ ଆଶ୍ରୟ ନିଆଯିବ ବୋଲି କହିଛନ୍ତି।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.