ପୌର ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁର ସହର ରେ ଗୋ ଶ୍ରଦ୍ଧା ଅଭିଯାନ

0 5

କାଞ୍ଜି ହାଉସରେ ଭର୍ତ୍ତି କଲେ ଦୁଇ ଦିନ ରେ ୭୦ ଟି ଗାଈ ଗୋରୁ

ସୁବର୍ଣ୍ଣପୁର ପୌର ନିର୍ବାହୀ ଅଧିକାରୀ ସୁବ୍ରାଂଶୁ ରୁଟ ଙ୍କ ନେତୃତ୍ୱ ରେ ଏଡିସନlଲ ଆରଟିଓ ଶୀବାଶିଷ ସାହୁ, ପୌର ସାନିଟାରୀ ଇନ୍ସପେକ୍ଟର ହରିହର ଭୋଇ , ନୋଡାଲ ଅଫିସର ଅଜିତ ନାଏକ, ଓ ଉଭୟ ବିଭାଗ ର ମିଳିତ କର୍ମଚାରୀ ଙ୍କ ସହଯୋଗ ରେ ସୁବର୍ଣ୍ଣପୁର ସହର ର ବଡ଼ ବଜାର ଓ ସୁରେଶ୍ୱରୀ ମନ୍ଦିର ଗେଟ ଶମ୍ବୁଖରୁ ୪୦ ଗୋଟି ଗାଈ ଗୋରୁ ଙ୍କୁ ଘଉଡ଼ାଇ କାଞ୍ଜି ହାଉସ ରେ ଭର୍ତ୍ତି କରାଯାଇଥିବା ବେଳେ ବୁଧବାର ଦିନ ମହାନଦୀ ବ୍ରିଜ ଓ ବ୍ଲକ ଛକ ରୁ ୩୦ ଗୋଟି ଗାଈ ଗୋରୁ ଙ୍କୁ ଘଉଡ଼ାଇ କାଞ୍ଜି ହାଉସ ରେ ଭର୍ତ୍ତି କରିଥିଲେ l ଗତ ୨୬ ତାରିଖ ରେ ମଧ୍ୟ ସହର ରେ ଜ଼ିଲ୍ଲା ପ୍ରଶାସନ ର ଏଭଳି ଗୋ ଶ୍ରଦ୍ଧା ସହ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନ ରେ ଏ ଅଭିଯାନ ଜାରି ରହିବ ଓ ସ୍ବେଛାସେବୀ ଓ ପବ୍ଲିକ ଙ୍କୁ ଏ ଅଭିଯାନ ରେ ସହଯୋଗ ପାଇଁ ମଧ୍ୟ ପୌର ପ୍ରଶାସନ ନିବେଦନ କରିଛନ୍ତି l ଖବର ରୁ ପ୍ରକାଶ ଯେ ସୁବର୍ଣ୍ଣପୁର ର କାଞ୍ଜି ହାଉସ ରେ ଗୋଟାଏ ପରେ ଗୋଟାଏ କାଓ ସେଡ ର ସମ୍ପ୍ରସାରଣ କରାଯାଉଥିବା ବେଳେ କେୟାର ଟେକର ଓ ଅନ୍ୟ କର୍ମଚାରୀ ଙ୍କୁ ସେ ଦିଗରେ ଅଧିକ ସଜାଗ ଯତ୍ନବାନ ହେବାକୁ ଓ ଏ ଅଭିଯାନ କୁ ସଫଳ କରିବା ପାଇଁ ଜ଼ିଲ୍ଲାପାଳ ପରାମର୍ଶ କରୁଛନ୍ତି l ଏବଂ ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ନିଜେ କାଞ୍ଜି ହାଉସ କୁ ଅଚାନକ ଗସ୍ତ କରି ମଝିରେ ମଝିରେ ଏ ନୁଆଁ ପ୍ରକଳ୍ପ କୁ ଅନୁଧ୍ୟାନ କରୁଛନ୍ତି l ଏବଂ ତରଭା ବ୍ଲକ ର ଚାର ଭଟା ଅଞ୍ଚଳ ସୋନପୁର ବ୍ଲକ ର ଅର୍ଜୁନ ପୁର ଅଂଚଳ ରେ ମେଗା କାଞ୍ଜି ହାଉସ ସବୁ ନିର୍ମାଣ ପାଇଁ ଖୁବ ଶୀଘ୍ର ଜାଗା ସିଲେକ୍ସନ ଓ ନିର୍ମାଣ ଆରମ୍ଭ ପାଇଁ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଙ୍କୁ ନିର୍ଦେଶ କରିଥିବା ବେଳେ ଜ଼ିଲ୍ଲା ର ଉଲୁଣ୍ଡା ଓ ଅନ୍ୟ ବ୍ଲକ ଅଞ୍ଚଳ ରେ ମଧ୍ୟ ଏଭଳି ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି କିଛି ଅଧିକାରୀମାନଙ୍କ ଙ୍କ ଠାରୁ ରୁ ସୂଚନା ମିଳିଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.