ପ୍ରବୀଣ ସାମ୍ବାଦିକ ବିବେକାନନ୍ଦ ଦାଶ (୭୦)ଙ୍କର କୋଭିଡରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଦେହାନ୍ତ

0 14

‘ଜନତନ୍ତ୍ର’ ପାକ୍ଷିକର ପ୍ରତିଷ୍ଠାତା-ସମ୍ପାଦକ ବିବେକାନନ୍ଦ ଦାଶ ୧୯୭୧ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଆ ଖବରକାଗଜ ‘ସମ୍ବାଦ’, ‘ପ୍ରଜାତନ୍ତ୍ର’ ଓ ଇଂଲିଶ ସାପ୍ତାହିକ- ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଓ ‘ଅର୍ଗାନାଇଜର’ରେ କାମ କରିଥିଲେ। ୨୦୦୧ରେ ପ୍ରକାଶ କରିଥିଲେ ପାକ୍ଷିକ ‘ଜନତନ୍ତ୍ର’। ସେ ଦଳିତ, ଆଦିବାସୀଙ୍କ କେତେକ ଆନ୍ଦୋଳନକୁ ସମର୍ଥନ କରୁଥିବାବେଳେ ‘ଜନତନ୍ତ୍ର’ରେ ଦଳିତ, ଆଦିବାସୀ, ମାନବାଧିକାର ସମ୍ପର୍କରେ ଲେଖା ପ୍ରକାଶ କରୁଥିଲେ। ସାଲେପୁରରେ ଜନ୍ମିତ ତଥା ଭୁବନେଶ୍ବର (N-5/390, IRC Village) ରେ ରହୁଥିବା ସ୍ବର୍ଗତ ଦାଶଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ତାଙ୍କ ମୃତ୍ୟୁ ରେ ଇପିଏ ର ମୁଖ୍ୟ ସମ୍ପାଦକ ଶ୍ରୀ ଅନିଲ ପ୍ରସାଦ ମିଶ୍ର ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କ ପରିବାର ସଦସ୍ୟ କୁ ଭଗବାନ ସାହସ ପ୍ରଦାନ କରନ୍ତୁ l


ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.