ବନ୍ତ ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଅଜଣା ବୃଦ୍ଧ ଙ୍କ ମୃତ୍ୟୁ

0 3

ଭଦ୍ରକର ବନ୍ତ ଛକ ନିକଟରେ ଟ୍ରକ ମାରିଲା ଧକ୍କା, ଜଣେ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।ବନ୍ତଛକ ଠାରୁ ଷ୍ଟାଡିୟମ ଯିବା ରାସ୍ତାରେ ଏପରି ଦୈନିକ ଘଟୁଛି ଦୁର୍ଘଟଣା ଘଟୁଛି ।ଗୋଟେପଟେ ଡ୍ରେନ ଓସାରିଆ ହୋଇଥିବା ବେଳେ ଅନ୍ୟପଟେ ରାସ୍ତାକୁ ପୋତିଦେଇ ଚାଲିଛି ବେପରୁଆ ଡିଭାଇଦର ନିର୍ମାଣ , ଫଳରେ ରାସ୍ତାଟି ଅଣ ଓସାରିଆ ହୋଇ ପଡିଛି। ଲୋକମାନଙ୍କର ଯିବା ଆସିବାରେ ଅନେକ ଅସୁବିଧା ସୃଷ୍ଟି ହେଉଛି ହେଲେ ଶୁଣୁଛି କିଏ ? ଏହି ଲଘୁଚାପ ବର୍ଷାରେ ରାସ୍ତା ଉପରେ ମାଟି ଓ କାଦୁଅ ଭରପୁର । ମୋଟର ସାଇକେଲ ଦୁର୍ଘଟଣା ଘଟୁଛି ,ଲୋକେ ଖସିକି ପଡୁଛନ୍ତି ଏମିତି ଚାଲିଛି ସହରରେ ରାସ୍ତା କାମ l ଏନେଇ ପ୍ରଶାସନ ଦୃଷ୍ଟିଦେବା କଥା ।

ଭଦ୍ରକ ଜିଲା ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.