ବନ ବିଭାଗଦ୍ୱାରା ଏକ କରତ କଳରେ ଚଢ଼ାଉ, ୧୫୨ ଖଣ୍ଡ ସିଏଫଟି ବନ ଶାଳ କାଠ ପଟା ସହ ମୂଲ୍ୟବାନ କାଷ୍ଠସାମଗ୍ରୀ ଜବତ
ଛତ୍ରପୁର ବ୍ଲକ ରୁକ୍ମଣୀ ଗାଁ ର ଏକ ଘର ଭିତରେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ କରତକଳ ରେ ୧୫୨ ଟି ନନଶାଳ କାଠ ପଟା ସହ ଘରେବ୍ୟବହୃତ ହେଉଥିବା ମୂଲ୍ୟବାନ ନୂତନ କାଷ୍ଠସାମଗ୍ରୀ କୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି l ଚୋରା କାଠ ଚାଲଣ ହେଉଥିବା ସଂକ୍ରାନ୍ତରେ କୋଣସି ସୂତ୍ରରୁ ସୂଚନା ପାଇ ଡ଼ିଏଫଓ ଅମ୍ଲାନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବନ ବିଭାଗ ଡିଭିଜନ ପକ୍ଷରୁ ଏକ ମୋବାଇଲ ଟିମ୍ ଓ ଏସିଏଫ ଅଶୋକ ବେହେରା ଙ୍କ ନେତୃତ୍ୱ ରେ ଛତ୍ରପୁର ବନ ଅଧିକାରିଣୀ ଘରମଣି ପାଣିଗ୍ରାହୀଙ୍କ ସହଯୋଗ ରେ ଏକ ଟିମ୍ ଛତ୍ରପୁର ସ୍ଥ ରୁକ୍ମଣୀଗାଁ ରେ ଚଢ଼ାଉ କରି ଉକ୍ତ ଚୋରା କାଠ ପଟା ଗୁଡିକ ଜବତ କରାଯାଇଛି ବୋଲି ସୂଚନା ମିଳିଛି ।
ଗଂଜାମ ଜିଲ୍ଲା ଛତ୍ରପୁର ଇପିଏରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )