ବରଗଡ଼ ଟାଉନ୍ ପୋଲିସ୍ ର ବଡ଼ ସଫଳତା ୪୮ ଘଣ୍ଟା ମଧ୍ୟରେ ମର୍ଡର ଘଟଣା ର ଫର୍ଦ୍ଦାଫାସ

0 6

ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟି ଥିଲା। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l ମୃତ ଯୁବକ ଜଣକ ଅତାବିରାର ଏମ୍‌ଡି କାଶିମ(୨୫) ବୋଲି ଜଣାପଡିଥିଲା l ପାଖରେ ଏକ ପଲସର୍‌ ବାଇକ(ଓଡି୧୫ଏ ୧୦୩୧) ମଧ୍ୟ ପଡିଥିଲା l ବୁଧବାର ସକାଳୁ ଖବର ପାଇବା ପରେ ବରଗଡ଼ ଏସଡିପିଓ ଦୀପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥଲେ l ଘଟଣାଟି ବରଗଡରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ଘଟଣା ସ୍ଥଳ କୁ ସାଇନ୍ଟିଫିକ୍ ଟିମ୍ ଏବିଂ ଡଗ୍ squadd ପହଂଚି ତଦନ୍ତ ଆରମ୍ଭ କରିଥଲେ l ଅତି ଶିଘ୍ର ଘଟଣା ର ପର୍ଦା ଫାସ୍ ହେବ ବୋଲି ବରଗଡ଼ ଏସଡିପିଓ ଦୀପକ କୁମାର ଗୋଛାୟତ ସୁଚନା ଦେଇଥିଲେ l ୪୮ ଘଣ୍ଟା ମଧ୍ୟରେ ବରଗଡ଼ ପୋଲିସ ମୂଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ରେ ସଫଳ ହୋଇଛି l ଦୁଇ ଅଭିଯୁକ୍ତ ମାନେ ହେଲେ ୧- ଟଙ୍କ ବାଗ୍ ,ବୟସ ୨୫ , ୱାର୍ଡ ନମ୍ବର ୨ ର ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ହେଲେ ୨-ନରେନ୍ଦ୍ର ଭୋଷାଗର, ବରଗଡ଼ ଜିଲ୍ଲା ଧାଙ୍ଗେର ଗ୍ରାମର ବୋଲି ଜଣାପଡିଛି l ତାଙ୍କ ଠାରୁ ଗୋଟିଏ ଧାରୁଆ ଛୁରୀ , ଓ ଗୋଟେ ଜୁପିଟର ସ୍କୁଟି କୁ ମଧ୍ୟ ଜବତ କରିଛି ବରଗଡ଼ ପୋଲିସ l ସାମ୍ବାଦିକ ସମିଳନୀ କରି ସୁଚନା ଦେଲେ ବରଗଡ଼ (ଏସ ଡି ପି ଓ) ଦୀପକ୍ କୁମାର୍ ଗୋଛାୟତ l

ବରଗଡ଼ ଇପିଏ ରୁ ସୁବାଷ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.