ବାଇକ ରେ ବୁହାହେଲା ଶବ
ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମିଳିଳାନି ଗାଡି ବାଇକରେ ବୁହା ହେଲା ଶବ । ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁ ହୋଇଥିବା କାର୍ତ୍ତିକ ମେହେରଙ୍କ ଶବ ନକଲି ଡାକ୍ତରଙ୍କ ଘର ଆଗରେ ରଖି ପ୍ରତିବାଦ କରିଥିଲେ । ତେବେ ପୋଲିସ ସେଠାରେ ପହଂଚି ଶବ ବ୍ୟବଛେତ ପାଇଁ କହିଥିଲା । ଶବକୁ ନେବା ପାଇଁ ଗାଡି କୁ ଯୋଗାଯୋଗ କରିଥିଲେ ହେଁ ଗାଡି ମିଳି ନଥିଲା । ପରେ ପରିବାର ଲୋକ ବାଧ୍ୟ ହୋଇ ଏକ ବାଇକ ଯୋଗେ ଶବକୁ ଡାକ୍ତରଖାନାକୁ ନେଇଥିଲେ । ଘଟଣାକୁ ନେଇ ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )