ବାବା ଆଖଣ୍ଡଳମଣି ମନ୍ଦିରର ମୌଳିକ ସମସ୍ୟାର ସମାଧାନ ଦାବି ନେଇ ଯୁବ ସେବାୟତଙ୍କ ଧାରଣା

0 3

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠରେ ଲାଗିରହିଥିବା ମୌଳିକ ସମସ୍ୟାର ସମାଧାନ ଦାବି କରି ଆରଡ଼ି ବନ୍ଦ କରିବା ସହ ଉଭଙ୍କୁ ଦର୍ଶନ ବନ୍ଦ କରିଛନ୍ତି ପୀଠର ଯୁବ ସେବାୟତମାନେ । ଯୁବ ସେବାୟତମାନେ ସକାଳ ୬ଘଟିକାରୁ ମନ୍ଦିର ସମ୍ମୁଖରେ ଧାରଣରେ ବସିଛନ୍ତି । ପୀଠକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ପାଇଁ ଶୌଚାଳୟର ସୁବିଧା ନଥିବା , ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି , ଡେଥ ଜୋନ ପାଲଟିଥିବା ଶିବଗଙ୍ଗା ପୁଷ୍କରିଣୀ ମରାମତି ସହ ଷ୍ଟିଲ ଗ୍ରୀଲ ଲଗାଇବା ଦାବି କରି ସେବାୟତମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଧାରଣାରେ ବସିଛନ୍ତି ।

ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ସେବାୟତମାନେ ବାରମ୍ବାର ଦାବି ଉପସ୍ଥାପନା କରିଆସିଛନ୍ତି ହେଲେ ସମାଧାନ ହୋଇପାରୁନି । ତେଣୁ ଏହାର ପ୍ରତିବାଦରେ ସେବାୟତମାନେ ଆରଡି ବଜାର ବନ୍ଦ କରିବା ସହ ଧାରଣା ରେ ବସିଛନ୍ତି । ଶାନ୍ତି ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.