ବାହ୍ୟ ମଳମୁକ୍ତ ଗ୍ରାମ ପଂଚାୟତ ଗଠନ ନିମନ୍ତେ”୧୦୦-ଦିନିଆ ଅଭିଯାନ “

0 9

ରାୟଗଡା ଜିଲ୍ଲାର ଗ୍ରାମ୍ୟ।ଞ୍ଚଳର ସମସ୍ତ ବ୍ଲକର ସମସ୍ତ ଗ୍ରାମରେ “୧୦୦-ଦିନିଆ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଟିତ କରିବା ଲାଗି ରାୟଗଡା ଜିଲ୍ଲାପଳଙ୍କର ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି କାର୍ଯକ୍ରମରେ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସସ୍ଥା ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ଵର ଚନ୍ଦ୍ର ନାୟକ ଏହାକୁ ସଭିଙ୍କୁ ସ୍ଵାଗତ କରି ବୈଠକଟିକୁ ପାୱାର ପୋଇଣ୍ଟ ମାଧ୍ୟମରେ ଆଲୋଚନା କରିଥିଲେ ଏବଂ ଏଥିରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସରକାରଙ୍କ ଠାରୁ ଆସିଥିବା ପତ୍ର ସଂଖ୍ୟା. ୧୪୫୦୩ ତା. ୦୨.୦୯.୨୦୨୧ ରିଖ. ସ୍ବଚ୍ଛଭାରତ ମିଶନ- ଗ୍ରାମୀଣ କାର୍ଯ୍ୟକ୍ରମକୁ ସଫଳ ରୂପେ କିପରି ବାହ୍ୟ ମଳମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ “୧୦୦-ଦିନିଆ ଅଭିଯାନ” ଶୁଭାରମ୍ଭ କରିଥିଲେ । ଏହି ବୈଠକର ମୂଳ ଉଦେଶ୍ୟ ହେଲା ତା ୦୧/୦୯/୨୦୨୧ ରୁ ୦୯.୧୨.୨୦୨୧ ରିଖ ବ୍ୟବଧାନ ମଧ୍ୟରେ ଗୋଟିଏ ବ୍ଲକକୁ ଏବଂ ଅନ୍ୟ ବ୍ଲକର ୨୫% ଗ୍ରାମପଞ୍ଚାୟତକୁ ବାହ୍ୟ ମଳମୁକ୍ତ ପଞ୍ଚାୟତ ରୂପେ ଘୋଷଣା କରାଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗେ।ଷ୍ଟି ଉନ୍ନୟନ ଅଧିକାରୀ, ଏପିଓ (ଏନଆରଇଜିଏ) ,ଜିଲ୍ଲା ଜଳ ଓ ପରିମଲ ବିଭାଗ ର ଅଧିକାରୀ ,ବ୍ଲକ ନୋଡାଲ ଅଫିସର, ବ୍ଲକ ସଂଯୋଜକ, ଜିଲ୍ଲା ଜଳ ଓ ପରିମଳ ମିଶନ ର ପରାମର୍ଶ ଦାତା ଆଶୁତୋଷ ପ୍ରସାଦ ନାୟକ ଏବଂ ୱ।ଇ. ଜୟଲକ୍ଷ୍ମୀ ପାତ୍ର ପରିଚାଳନା କରିଥିଲେ ।

ରାୟଗଡା ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.