ବିଂଝାରପୁର ବ୍ଲକ୍ ରେ ପୁଣି ଦୁର୍ନିତି ଝଡ଼

0 7

ଅନଶନ ରେ ବସିଲେ ଦୁଇ ପଞ୍ଚାୟତ ର ଲୋକେ

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ରେ ଦିନ କୁ ଦିନ ଦୁର୍ନୀତି ବିରୋଧ ରେ ଜନ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି।ଗତ କିଛି ଦିନ ତଳେ ଜରି ପଞ୍ଚାୟତ ରେ ଆରମ୍ଭ ହୋଇଥିଲା ଏହି ଦୁର୍ନୀତି ବିରୋଧୀ ଆନ୍ଦୋଳନ। ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ରେ ଦୁର୍ନୀତି ଅଭିଯୋଗ କରି ଆମରଣ ଅନଶନ ରେ ବସିଥିଲେ ଗ୍ରାମବାସୀ। ଏବଂ ଫଳ ସ୍ୱରୂପ ତିନି ଜଣ ସରକାରୀ ବାବୁଙ୍କୁ ନିଲମ୍ବିତ ହେବାକୁ ପଡ଼ିଥିଲା।ପରେ ପରେ ସିଂହପୁର ପଞ୍ଚାୟତ ରେ ମଧ୍ୟ ଆମରଣ ଅନଶନରେ ବସିଥିଲେ ସାଧାରଣ ଜନତା। ଏବଂ ଏହାର ପରେ ପରେ ଆଜି ଠାରୁ ଫତେ ପୁର ପଞ୍ଚାୟତ ଏବଂ ବାଂଗରା ପଞ୍ଚାୟତ ରେ ବିଭିନ୍ନ ସରକାରୀ ଯୋଜନା ରେ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଛନ୍ତି ଗ୍ରାମବାସୀ।ତେବେ ଏହି ଭଳି ଦୁର୍ନୀତି ବିରୋଧୀ ଆନ୍ଦୋଳନ ଆଗକୁ କଣ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

ଯାଜପୁର ଇପିଏ ରୁ ଧର୍ମେନ୍ଦ୍ର ବାରିକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.