ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ
ଆର୍ଥିକ ଅନିୟମିତତା, କାର୍ଯ୍ୟ ରେ ଅବହେଳା, କର୍ମଚାରୀ ଙ୍କ ଇ ପି ଏଫ ବନ୍ଦ ଏବଂ ଛାତ୍ରୀ ମାନଙ୍କ ଅଭିଯୋଗ କୁ ଭିତ୍ତି କରି କାର୍ଯ୍ୟାଳୟ ଚିଠି ନମ୍ବର 8077 ତା.19.08.2021 ଅନୁସାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାସ, ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଶ୍ରୀ ବୈଜୟନ୍ତୀ ନାୟକ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଓ ସିନିଅର ଅଧ୍ୟାପିକା ଶ୍ରୀମତୀ ରିତାରାଣୀ ପୂଜାରୀ ଙ୍କୁ ଅଧ୍ୟକ୍ଷା ଦାୟିତ୍ୱ ହସ୍ତାନ୍ତର କରିଥିଲେ l ଶ୍ରୀମତୀ ରିତାରାଣୀ ପୂଜାରୀ ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟ ର ସମସ୍ତ ଦାୟିତ୍ୱ ଯଥା, ସବୁ ଆଲମାରୀ ର ଚାବି, କେ୍ସ ବୁକ, ଚେକ ବୁକ, ପାସ ବୁକ ଓ ଅନ୍ୟାନ୍ୟ କାଗଜ ପତ୍ର ହସ୍ତାନ୍ତର କରିବା ପାଇଁ ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ବୈଜୟନ୍ତୀ ନାୟକ ଙ୍କୁ ବାରମ୍ବାର ଚିଠି କରିବା ସତ୍ତ୍ୱେ ସେ କର୍ଣ୍ଣପାତ ନ କରିବାରୁ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଙ୍କୁ ଜଣାଇଥିଲେ l ଅତିରିକ୍ତ ଜିଲ୍ଲା ପାଳ ତଥା ପରିଚାଳନା କମିଟିର ସଭାପତି ଙ୍କ ଚିଠି ନମ୍ବର 8626 ତା.02.09..2021 ଅନୁସାରେ ସଭାପତି ପୂର୍ବତନ ଅଧ୍ୟକ୍ଷା ଙ୍କୁ 05.09.2021 ତାରିଖ ସୁଦ୍ଧା ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଧେଶ ଦେଇଥିଲେ l କିନ୍ତୁ ପୂର୍ବତନ ଅଧ୍ୟକ୍ଷା ତାଙ୍କ ନିର୍ଦ୍ଧେଶ କୁ ଅବମାନନା କରିବାରୁ ଉପଜିଲ୍ଲାପାଳ, ସୋନପୁର ଙ୍କୁ ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜଣାଇଥିଲେ l ସୋନପୁର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁସାରେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ପ୍ରମୋଦ କୁମାର ମେହେର ଓ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ସମସ୍ତ ଆଲମାରୀ ର ତାଲା ଭାଙ୍ଗି ସେଥିରେ ଥିବା ସବୁ କାଗଜପତ୍ର କୁ ପର୍ଯ୍ୟାୟ କ୍ରମେ ତାଲିକା ଭୁକ୍ତ କରାଯାଇଥିଲା
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )