ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଅସ୍ତ୍ରୋପଚାର କରି , ଗରିବ ରୋଗୀ ଠାରୁ ଲୂଟିନେଲେ ଦଶ ହଜାର ଟଙ୍କା
ଘଟଣା ଘଟିଛି ଯାଜପୁର ଜିଲ୍ଲାରେ , ଏହି ଜିଲ୍ଲାର ମୁଖ୍ୟ କେନ୍ଦ୍ରରେ ରହିଥିବା ଜୀବନ ଜ୍ୟୋତି ହସ୍ପିଟାଲ ର ମନମାନି ପାଇଁ ଜଣେ ଗରିବ ଶ୍ରେଣୀୟ ରୋଗୀ ଠାରୁ ହସ୍ପିଟାଲ କତ୍ତୃପକ୍ଷ ଦଶ ହଜାର ଟଙ୍କା ଲୂଟିନେଲେ , ସୂଚନା ଅନୁଯାୟୀ ବରି ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତ ର କାଳିଆ ଘଡାଇ ତାଙ୍କର ଝିଅ ର ଆପେଣ୍ଡିସାଇଟ ଅପ୍ରେସନ ପାଇଁ ଏହି ହସ୍ପିଟାଲକୁ ଗତ ଗୁରୁବାର ଯାଇଥିଲେ , ତାଙ୍କ ସହ ମୁ ମଧ୍ୟ ଥିଲି , କତ୍ତୃପକ୍ଷ ଙ୍କ କହିବା ଅନୁଯାୟୀ ସରକାର ଦେବେ ୧୧୦୦୦ ଟଙ୍କା ଏଣୁ ଆମେ କିମିତି କରିବୁ ,ଆପଣ ଆଉ ୧୦୦୦୦ ଟଙ୍କା ଦେଲେ ଆମେ ଭଲଭାବେ ଅପରେସନ କରିବୁ ଓ ଏକ୍ସଟ୍ରା କେୟାର ମଧ୍ୟ ନେବୁ , ଯେହେତୁ ଆପେଣ୍ଡିସାଇଟ ଅପରେସନ ପରିବାର ଲୋକ ବ୍ୟସ୍ତ ହୋଇ ତା ପରଦିନ ଶୁକ୍ରବାର କରିଲେ ଓ ୧୦୦୦୦ ଟଙ୍କା ସେହି ଦିନ ଦୁଇ ଥର ନେବା ପରେ ଅପରେସନ କରିଥିଲେ , କିନ୍ତୁ ଅପରେସନ ପରେ ପରେ ହସ୍ପିଟାଲ କିଛି ଏକ୍ସଟ୍ରା କେୟାର ଦେଇ ନଥିଲା ଏପରିକି ଡ଼ର୍ମୀଟାରୀ ରେ ରୋଗୀ କୁ ରଖିଥିଲା ଓ ଔଷଧ ଖର୍ଚ୍ଚ ବାବଦକୁ ଆଉ ୧୧୦୦ ଟଙ୍କା ମଧ୍ୟ ନେଇଥିବା ପରିବାର ଲୋକେ କହିଛନ୍ତି , ନେଇଥିବା ଖର୍ଚ୍ଚ ପାଇଁ ବିଲ ମାଗିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି ଯେ ବିଲ ଦେଇ ହେବନି , ସ୍ୱାସ୍ଥ୍ୟ ମିତ୍ର ଙ୍କ କହିବା ଅନୁଯାୟୀ ଅଧିକା ଖର୍ଚ୍ଚ ନେବା ଠିକ କଥା ନୁହଁ ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଏ କଥାକୁ ମାନିବା ପାଇଁ ପ୍ରସ୍ତୁତ ନୁହଁନ୍ତି , ଏଣୁ ସରକାର ଏପ୍ରତି ଦୃଷ୍ଟି ଦେବାକୁ ପରିବାର ଓ ଅନ୍ୟ ସାମାଜିକ କର୍ମୀ ନିବେଦନ କରିଛନ୍ତି
ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )