ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଲୁକାପଡା ଗ୍ରାମ ପଞ୍ଚାୟତର ରୁଗୁଡିପାଲି ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସାଉନ୍ତପୁର ଜୋନ୍ ସଭାପତି ସୁଦାମ ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଯୋଗ ଦେଇ ନୂତନ ଭାବେ ଦଳ ରେ ଯୋଗ ଦେଇ ଥିବା କର୍ମୀ ମାନଙ୍କୁ ଦଳୀୟ ପତାକା ଓ ଟୋପି ପିନ୍ଧାଇ ଦଳର ଗୁରୁ ମନ୍ତ୍ର ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ରେ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀବତ୍ସ ବେହେରା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ଯ ରେ ଜିଲ୍ଲା ସଂପାଦକ ରମାକାନ୍ତ ପଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜୁ ସାହୁ,ଦୂତିକୃଷ୍ଣ ସେଲମା, ଆଗଲପୁର ଜୋନ୍ ସଭାପତି ଉମେଶ ଚନ୍ଦ୍ର ପଟେଲ୍,ସରୋଜ ସାହୁ,ଧନଞ୍ଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ସଭା କୁ ଦେବେନ୍ଦ୍ର ହାତୀ ସଂଯୋଜନା କରିଥିଲେ।
ବଲାଙ୍ଗୀର ଇପିଏ ରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )