ବିଜୟ ସ୍ମାରକୀ ଜ୍ୟୋତି କୁ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

0 3

ଭାରତୀୟ ପ୍ରତିରକ୍ଷା ବାହିନୀ ର ବିଜୟ ସ୍ମାରକୀ ଜ୍ୟୋତି କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ମଙ୍ଗଳବାର ଡିଆରଡିଏ କାର୍ଯ୍ୟାଳୟ ଠାରେ ଭବ୍ୟ-ସମ୍ବର୍ଦ୍ଧନା ଦିଆଯାଇ ଭାରତୀୟ ଶହୀଦ ବୀର ସୈନିକଙ୍କ ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ସୂଚନା ଥାଉକି, ୧୯୭୧ ରେ ଘଟିଥିବା ଭାରତ-ପାକ ଯୁଦ୍ଧରେ ଭାରତୀୟ ମିଲଟାରୀ ଶାସନ ପାକିସ୍ଥାନ କୁ ଯୁଦ୍ଧରେ ରେ ହରାଇ ଭାରତୀୟ ସ୍ଥଳସେନା, ଜଳସେନା, ବାୟୁସେନା ର ବୀରତ୍ୱର ପରାକାଷ୍ଠା ସାଜି ଯୁଦ୍ଧ ଭୂମିରେ ପାକିସ୍ଥାନ କୁ ତୋଡା ଜବାବ ଦେଇଛି । ଏହି ଯୁଦ୍ଧରେ ଭାରତର ବହୁ ବୀରସୈନିକ ଯୁଦ୍ଧ ଭୂମିରେ ନିହତ ହୋଇଛନ୍ତି । ଯୁଦ୍ଧରେ ଯେହେତୁ ଭାରତ ବିଜୟ ଲାଭ କରିବାର ୫୦ ବର୍ଷ ପୂର୍ତ୍ତୀ ହୋଇଛି । ଏହି ସ୍ବର୍ଣ୍ଣିମ ବିଜୟ ସ୍ମାରକୀ ଉତ୍ସବ ଭାରତ ରେ ବିଭିନ୍ନ କୋଣରେ ପାଳନ କରାଯାଉଛି, ବୋଲି ପ୍ରତିରକ୍ଷା ବିଭାଗ କହେ । ଭାରତର ରାଜଧାନୀ ନୂଆଦିଲ୍ଲୀ ରେ ମହାମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ଙ୍କ କର କମଳରେ ପ୍ରଜ୍ବଳିତ ୪ଟି ମଶାଲ ଭାରତର ବିଭିନ୍ନ କୋଣ ଅନୁକୋଣରେ ଭ୍ରମଣ କରି ପ୍ରତିରକ୍ଷା ବାହିନୀ ର ବିଜୟ ଗାଥା ପରିବହନ କରି ଆସୁଛି । ତନ୍ମଧ୍ୟରୁ ଗୋଟିଏ ମଶାଲ ଅବା ଏହି ବିଜୟ ସ୍ମାରକୀ ଜ୍ୟୋତି ଓଡିଶାରେ ଅକ୍ଟୋବର ୨୦ ତାରିଖରେ ଗୋପାଳପୁର ସ୍ଥିତ ଗୋଳାବନ୍ଧ ମିଲଟାରୀ ଷ୍ଟେସନରେ ପହଞ୍ଚିଥିଲା । ଏହି ସ୍ବର୍ଣ୍ଣିମ ବିଜୟ ମଶାଲ କୁ ସସମ୍ମାନ ର ସହ ଗଞ୍ଜାମ ର ବିଭିନ୍ନ ସ୍ଥାନ ରେ ବିଜୟ ଉତ୍ସବ ଭାବେ ପାଳନ ହୋଇ ଆସି ଗଞ୍ଜାମ ଜିଲ୍ଲା ପ୍ରଶାସନିକ ଭବନରେ ଏହି ଉତ୍ସବ ର ଅନ୍ତିମ ସମାରୋହ ପାଳନ କରିଛି । ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ମଙ୍ଗଳବାର ପୂର୍ବାହ୍ନରେ ଆୟୋଜିତ ଭବ୍ୟ ସମାରୋହରେ ବହୁ ବୀରଚକ୍ର ବିଜେତା ଙ୍କୁ ପୁରସ୍କାର ସହ ସମ୍ମାନୀତ କରାଯାଇଛି । ପ୍ରତିରକ୍ଷା ଅଧିକାରୀ କେପ୍ଟେନ ପାଳେନ୍ଦ୍ର ସିଂ ଙ୍କ ତ୍ବାବଧାନରେ ଆୟୋଜିତ ଏହି ସମାରୋହରେ ମେଜର ସାହେବ ତଥା ବରିଷ୍ଟ ପେନସନ ଅଧିକାରୀ ଏଚ.ଏସ. ଗୁରୁଙ୍ଗ, ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁରେନ୍ଦ୍ର କୁମାର, କର୍ଣ୍ଣେଲ ଆଦିତ୍ୟ ଶର୍ମା, ଭାରପ୍ରାପ୍ତ ଗଞ୍ଜାମ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ହୋଇ ଏହି କାର୍ଯ୍ୟକ୍ରମରେ ବହୁ ଅବସରପ୍ରାପ୍ତ ପ୍ରତିରକ୍ଷା ବାହିନୀ କର୍ମଚାରୀ ଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଦିବ୍ୟ ବିଜୟ ଜ୍ୟୋତି ଙ୍କୁ ସମ୍ମାନ ପ୍ରଦର୍ଶନ ସହ ପ୍ରତୀକ ସ୍ଥାପନ, ବ୍ୟାଣ୍ଡ ମିୟୁଜିକ ମାଧ୍ୟମରେ ରାଷ୍ଟ୍ରସଙ୍ଗୀତ ଗାନ ଆଦି ଭାରତୀୟ ବୀର ଯୋଦ୍ଧା ଙ୍କୁ ଜୟଗାନ ର ସମ୍ବୋଧନ ସ୍ୱରୂପ କାର୍ଯ୍ୟକ୍ରମ ର ଦିଗନ୍ତ ଭାବାବେଗ ସୃଷ୍ଟି କରିଥିଲା ।

ଗଂଜାମ ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.