ବିଶିଷ୍ଟ ସଂସ୍କୃତବିତ, ପୂର୍ବତନ ପ୍ରଶାସନିକ ଅଧିକାରୀ ନରହରି ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

0 13

ବିଶିଷ୍ଟ ସ୍ତମ୍ଭକାର , ସଂସ୍କୃତବିତ , ପୂର୍ବତନ ପ୍ରାଶାସନିକ ସେବା ଅଧୁକାରୀ ତଥା ଗବେଷକ ଦିବଂଗତ କରୋନା ଯୋଦ୍ଧା ଡକ୍ଟର ନରହରି ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନିୟ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ।ତାଙ୍କର ଆକାଂକ୍ଷିତ ଦୁଇଟି ପୁସ୍ତକ ” ଛବିଳ ଶିଶୁ ବର୍ଣ୍ଣବୋଧ ” ଓ ଦୃଶ୍ୟଦୃଶ୍ୟାନ୍ତର’ର ଉନ୍ମୋଚନ ସମାରୋହ ପାର୍ଶ୍ଵ ସୂଚନା ଅନୁସାରେ ଅନୁଷ୍ଠିତ ହେଇଯାଇଛି । ମୁଖ୍ୟ ଅତିଥି ମଞ୍ଜୁଲତା ମଣ୍ଡଳ ଏବଂ ସମ୍ମାନନୀୟ ଅତିଥ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ , ଅତିରିକ୍ତ ଜିଲ୍ଲାପାଳ କବି ଶ୍ରୀ ମଧୁସୂଦନ ଦାଶ , ଭଦ୍ରକ ଇଂ . ଅଭୟ ସୂତାର , ଭୁବନେଶ୍ବର ମୁଖ୍ୟ ବକ୍ତା ପ୍ରଫେସର ଡ . ହରେକୃଷ୍ଣ ଶତପଥୀ ଅବସରପ୍ରାପ୍ତ କୁଳପତି , କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ , କୋଭିଡ ନିୟମ ଅନୁସାରେ ଏହି ସାରସ୍ଵତ ସମାବେଶରେ ଯୋଗଦେଇ ସ୍ବର୍ଗତ ଡ . ବେହେରାଙ୍କ ଅପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସହଯୋଗ କରିଥିଲେ ସମସ୍ତେ ।ସମ୍ମାନନୀୟ ବକ୍ତା ଅଧ୍ୟାପକ ନୀହାର ରଂଜନ କର ଏବଂ ଦେବୀଦଭା ବେଦାନ୍ତ ଉପସ୍ଥିତ ଥିଲେ ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.