ବିଶ୍ବ ମିତବ୍ୟୟିତା ପକ୍ଷ ପାଳନ ଉପଲକ୍ଷେ ରାୟଗଡା ଜିଲ୍ଲାପାଳଙ୍କ ଦ୍ଵାରା ଵୃକ୍ଷ ରୋପଣ
ବିଶ୍ଵମିତବ୍ୟୟତା ଦିବଶ ପାଳନ ଉପଲକ୍ଷେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଭାବରେ ଵୃକ୍ଷ ରୋପଣ କରିଛନ୍ତି l ଏଥିରେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ କରିଛନ୍ତି । ଏହା ପୂର୍ବରୁ ଗତ ତା ୩୦/୯/୨୧ରିଖ ଦିନ ସଞ୍ଚୟ ରଥ ରାୟଗଡା ଜିଲ୍ଲାର କୋଲନରା, ଗୁଣୁପୁର, ଗୁଡାରି ଓ ରାମନାଗୁଡା ବ୍ଲକ ଗସ୍ତ କରି ସେଠାର ଲୋକଙ୍କୁ ସଞ୍ଚୟ ବିଷୟରେ ସଚେତନତା କରିଥିଲା । ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥାରେ ହିଁ ସଞ୍ଚୟ କରିବା ପାଇଁ ଲୋକଙ୍କୁ ସଚେତନତା କରିଥିଲା । ଦେଶରେ ବିଭିନ୍ନ ପ୍ରକାରର ସଂସ୍ଥା ଖୋଲି ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୋକ ମାନଙ୍କୁ ଠକିବାରେ ଲାଗିଛନ୍ତି । ଅଧିକ ସୁଧରେ ପ୍ରଲୋଭିତ ନହୋଇ ଠକ ସଂସ୍ଥାରେ ସଞ୍ଚୟ ନକରି ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥା ଯେମିତିକି ସରକାରୀ ବ୍ୟାଙ୍କ, ପୋଷ୍ଟ ଅଫିସ ମାନଙ୍କରେ ସଞ୍ଚୟ କରିବା ପାଇଁ ଲୋକଙ୍କୁ ସଚେତନତା କରିଥିଲା । ଗତ ତା.୨/୦୩/୨୧ ରିଖ ଦିନ ସ୍ଥାନୀୟ ସରସ୍ବତୀ ଗାଯାତ୍ରୀ ନଗର ଶିଶୁ ବିଦ୍ୟlମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଵକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୩/୦୯/୨୧ରିଖଦିନ ପୁରସ୍କାର ପ୍ରଦାନ କରାଯିବ l
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ , ସଞ୍ଚୟ ସଂସ୍ଥାର ଅଧିକାରୀ ଧ୍ରୁବ କୁମାର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲିନୁରଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ବନlଞ୍ଚଳ ଅଧିକାରୀ ଓ ବନ କର୍ମଚାରୀନ୍କ ସମେତ ,ଗଣମାଧ୍ୟମ ପ୍ରତିନିଧିମାନେ ଓ ଜିଲ୍ଲା ପାଳଙ୍କ ଅନ୍ୟାନ୍ୟ କାର୍ମଚାରୀ ମନେ ଉପସ୍ଥିତ ଥିଲେ ।
ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )