ବିଶ୍ୱ ପୋଲିଓ ଦିବସ ଅବସରରେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସଚେତନତା ଶୋଭାଯାତ୍ରା

0 10

“ବିଶ୍ୱ ପୋଲିଓ ଦିବସ” ୨୪ ଅକ୍ଟୋବର ଉପଲକ୍ଷେ ରୋଟାରୀ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ସାରା ବିଶ୍ୱରେ ପୋଲିଓ ଭୟାବହତା ସଂପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଦେଶ କୁ ପୋଲିଓ ମୁକ୍ତ କରିବା ନିମିତ୍ତ ଏହି ରାଲିରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଉପଲକ୍ଷେ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଏକ ସଚେତନତା-ଧର୍ମୀ ଶୋଭାଯାତ୍ରା ରବିବାର ଅପରାହ୍ନରେ ଛତ୍ରପୁର ପବ୍ଳିକ ସ୍କୁଲ ନିକଟରୁ ବାହାରି ସମଗ୍ର ସହର ପରିକ୍ରମା ହୋଇଥିଲା । ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡ଼େମୀର ଛାତ୍ରଛାତ୍ରୀ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ରୋଟାରୀ କ୍ଲବର ସମସ୍ତ ସଦସ୍ୟ ତଥା ରୋଟାରୀୟାନ ଏମ୍.ଧନଞ୍ଜୟ ରେଡ୍ଡୀ, ପ୍ରଫୁଲ ପଟ୍ଟନାୟକ, ଅଧ୍ୟାପକ ବିମଳ ପ୍ରସାଦ ସାହୁ, କୋଚ୍ ମନୋଜ ପ୍ରଧାନ , ସୁରଜିତ ସାମନ୍ତରାୟ, ରୋଟାରୀ ସଂଗଠନ ର ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ଏବଂ ଏହି ଅଭିଯାନରେ ସାମିଲ ହୋଇଥିଲେ।

ଛତ୍ରପୁର ଇପିଏରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.