୧୧ ଶହ ଦିଆସିଲି କାଠି ରେ ପୁରୁଣା ରେଡିଓ ମଡେଲ RF562DD ର ପ୍ରତିକୃତି କୁ ତିଆରି କରିଛନ୍ତି ପୁରୀ କୁମ୍ଭାରପଡା ର ବାସିନ୍ଦା ସୁଦର୍ଶନ ସାହୁ ଙ୍କ ପୁଅ ୧୯ ବର୍ଷୀୟ ଶ୍ୱାସତ ରଂଜନ ସାହୁ । ଦିଆସିଲି କାଠି ରେ ରେଡ଼ିଓ ପ୍ରତିକୃତି ତିଆରି କରିବାକୁ ଶ୍ୱାସତ ଙ୍କୁ ତିନିଦିନ ସମୟ ଲାଗିଥିଲା। ଏହି ନିଆରା ରେଡ଼ିଓ ର ଉଚ୍ଚତା ୮ ଇଂଚ ଓ ଲମ୍ବ ୧୩ ଇଂଚ ରହିଛି। ୧୩ ଫେବୃଆରୀ କୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ। ଯୋଗାଯୋଗ , ସୂଚନା ପ୍ରଦାନ କ୍ଷେତ୍ର ରେ ରେଡିଓ ର ଉପକରିତା ଓ ଆବଶ୍ୟକତା ବିଷୟରେ ଲୋକ ଙ୍କ ମଧ୍ୟରେ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଉଛି।
ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମନ କି ବାତ କାର୍ଯ୍ୟକ୍ରମ ରେଡ଼ିଓ ରେ ଏବେ ବେଡ଼ ଲୋକ ପ୍ରିୟତା ହାସଲ କରିଚି। ଏଣୁ ରେଡିଓ ଓ ରେଡିଓ କାର୍ଯ୍ୟକ୍ରମ କୁ ସମର୍ଥନ କରି ପୁରୀ ର ଶ୍ୱାସତ ରଂଜନ ସାହୁ ଏହି ନିଆରା କଳାକୃତି କରିଛନ୍ତି। ପୂର୍ବରୁ ସେ ମଧ୍ୟ ଅନେକ କଳାକୃତି ଦିଆସିଲି କାଠି ରେ କରି ବେଶ ପ୍ରଶଂସା ପାଇଛନ୍ତି।।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )