ବୃଧି ପାଉଛି ମହାନଦୀ ର ଜଳସ୍ତର ,ତଳିଆ ଅଞ୍ଚଳବାସୀ ଭୟଭୀତ
ଉପର ମୁଣ୍ଡ ରୁ ପ୍ରଚୁର ବନ୍ୟା ଜଳ ଆସିବା ଦ୍ୱାରା ମହାନଦୀ ର ଜଳପତନ ବୃଦ୍ଧି ପାଇବା ରେ ଲାଗିଛି। ହମାନଦୀର ଜଳ ତାର ଗର୍ଭକୁ ଡେଇଁ ତାଳଦଣ୍ଡା କେନାଲ ବନ୍ଧକୁ ଛୁଇଁ ଲାଣି ଖାଲୁଆ ଅଞ୍ଚଳ ଓ ନଦୀ ପଠା ବୁଡି ଗଲାଣି କେତେକ ରାସ୍ତାରେ ପାଣି ଚାଲିବା ଆରମ୍ଭ କଲାଣି, ଖରାଦିନେ ବାଲିମାଫିଆ ଙ୍କ ଦ୍ୱାରା କରାଯାଇଥିବା ଗଡା ଏବେ ବି ମୁକୁଳା ରହିଛି ମଣିଜଗାଂ ଜଳସମ୍ପଦ କାର୍ଯ୍ୟ ଳୟ ଏସବୁ ମରାମତି ସଠିକ କରିନଥିବା ରୁ ଜନବସତି କୁ ବନ୍ୟା ଜଳ ପ୍ରବେଶ କରିବା ର ଆଶଙ୍କା ସୃଷ୍ଟି ହୋଇଛି ଏ ସମ୍ପର୍କ ରେ ମଣିଜଗାଂ ସହକାରୀ ନିର୍ବାହୀଯନ୍ତ୍ରୀ ଅନୁପସ୍ଥିତ ଥିବା ରୁ ମତାମତ ମିଳିପାରିନାହିଁ।
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )