ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା 125କିଲୋ ଗଂଜେଇ ଜବତ
ବୌଦ୍ଧ : ବୌଦ୍ଧ, ବାଉଁସୁଣୀ ଅଂଚଳ ରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏକ ଟାଟା ଏସି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ବୌଦ୍ଧ ଅବକାରୀ ବିଭାଗ ଜବତ୍ କରିଥିବା ଜଣା ପଡିଛି l ସୂଚନା ମତେ ଆଜି ବୌଦ୍ଧ ବାଉଁସୁଣୀ ଅଂଚଳ ରୁ ଅନଗୁଳ ଜିଲ୍ଳା ବଇଣ୍ଡା ଅଂଚଳର ଜିତୁ ପୋଢ ନାମକ ଜଣେ ଯୁବକ OD 19 R 6073 ନମ୍ବର ଏକ ଟାଟା ଏସିଇ ଗାଡି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ଜହ୍ନlପଙ୍ଗ ନିକଟରେ ନିକଟରେ କୌଣସି ସୂତ୍ରରୁ ବୌଦ୍ଧ ଅବକାରୀ ବିଭାଗ ଖବର୍ ପାଇ ଧରିଥିଲେ l ଧରା ପଡିଥିବା ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ ହେବା ପରେ 125କିଲୋ ପରିମାଣ ବୋଲି ଜଣାପଡ଼ିଛି l ଟାଟା ଏସି ଜବଦ କରିବା ସହିତ ଚାଲାଣ କରୁଥିବା ବ୍ୟକ୍ତି କୁ ଅବକାରିବିଭାଗ ଗିରଫ କରି ଅଧିକତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଚଳାଇଛି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )