ବୌଦ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଅନୁଶାସନ ସଚିବ

0 11

ଅନୁଶାସନ ସଚିବ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ପାର୍ବତୀ ମଞ୍ଜରୀ ମହାଲିକ ବୌଦ୍ଧକୁ ନଭେମ୍ବର ୧୦ ଏବଂ ୧୧ ତାରିଖ ଦୁଇଦିନିଆ ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଟ୍ରାଙ୍ଗୁଲାର କମିଟୀ ବୈଠକରେ ଯୋଗ ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସଂସ୍ଥାପନ ଅଧିକାରୀ ଶାନ୍ତିସୁଧା ପାତ୍ରଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏଥି ସହିତ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଜୋତ୍ସ୍ନା ଭୋଇ, ଜିଲ୍ଲା ପରିଷଦ ପି॰ଏ॰ ଅମୂଲ୍ୟନାଥ ବାରିକ, ଜିଲ୍ଲା କୌଶଳ ସଂଯୋଜକ, DRDA(ORMAS) ର ଅଜୟ କୁମାର ମେହେର, ସଞ୍ଜୟ ଜେନା, DIPRO ରୀତାକାନ୍ତି ବଳିୟାରସିଂହ ଏବଂ କର୍ମଚାରୀ ଅକ୍ଷୟ କୁମାର ମହାକୁଡ ଏବଂ ଜିଲ୍ଲା ସଂଗ୍ରହାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ମହାଳିକ ଜିଲ୍ଲା ସଂଗ୍ରହାଳୟର ପର୍ଯ୍ୟଟନ ପ୍ରକୋଷ୍ଠ, ରାଜକୀୟ ପ୍ରକୋଷ୍ଠ, ଐତିହାସିକ ଓ ପ୍ରତ୍ନତତ୍ତ୍ଵ ବିଭାଗ, ଉନ୍ନୟନମୂଳକ ପ୍ରକଳ୍ପ, ହସ୍ତତନ୍ତ୍ର ପ୍ରକୋଷ୍ଠ, ବୌଦ୍ଧର ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କ ପ୍ରକୋଷ୍ଠ, ପୁରାତନ ଅଭିଲେଖାଗାର ପ୍ରମୁଖ ବୁଲି ଦେଖିବାପରେ ସେ ଅଭିଭୂତ ହୋଇଯାଇଥିଲେ । ବୌଦ୍ଧ ସଂଗ୍ରହାଳୟକୁ ଦେଖି ସେ ବହୁତ ଖୁସି ହେବା ସହ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ସଂଗ୍ରହାଳୟ ପ୍ରତି ଥିବା ଆଭିମୁଖ୍ୟକୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ସେ ସଂଗ୍ରହାଳୟ ସ୍ଥିତ ORMAS ଷ୍ଟଲରୁ ସେ ବିଭିନ୍ନ ସାମଗ୍ରୀ କିଣିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.