ବ୍ରହ୍ମପୁରରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ
ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ ରେ ଭାରତ ବନ୍ଦ ଆନ୍ଦୋଳନ ବ୍ରହ୍ମପୁର ରେ ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଛି l କୃଷି – କୃଷକ ସର୍ବନାଶକାରୀ ୩ଟି କଳା କୃଷି ଆଇନ ପ୍ରତ୍ୟାହାର କର, ନୂତନ ବିଦ୍ୟୁତ ଘରୋଇକରଣ ବିଲ ୨୦୨୦ରଦ୍ଦ କର, ଶ୍ରମିକ ବିରୋଧି ୪ଟି ଶ୍ରମକୋଡ଼ ବାତିଲ କର,ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦିଅ, ପ୍ରତ୍ୟେକ ପରିବାର କୁ ମୁଣ୍ଡ ପିଛା ୧୦କିଲୋ ଚାଉଳ /ଗହମ ମାଗଣା ରେ ଦିଆଯାଉ, ଆୟ କର ଦେଉ ନ ଥିବା ପ୍ରତ୍ୟେକ ପରିବାରକୁ ମାସକୁ ୭୫୦୦/ଆର୍ଥିକ ସହାୟତା ଦିଅ l ମନରେଗା ଯୋଜନାରେ ବର୍ଷକୁ ୨୦୦ଦିନ କାମ ଏବଂ ୬୦୦ /ଦୈନିକ ମଜୁରୀ ପ୍ରଦାନ କର, ବେକାର ଙ୍କୁ ନିଯୁକ୍ତି ନଚେତ ବେକାରୀ ଭତ୍ତା ଦିଅ l
ପେଟ୍ରୋଲ, ଡିଜେଲ, ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ର ଦର କମାଅ, ଜାତୀୟ ମନିଟାଇଜେସନ ପାଇପଲାଇନ ନାମରେ ଦେଶର ସମ୍ପତ୍ତି ଓ ସମ୍ପଦ କୁ ବିକ୍ରି କରିବାନିଷ୍ପତ୍ତି ପ୍ରତ୍ୟାହାର କର, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇ କରଣ ବନ୍ଦ କର ଇତ୍ୟାଦି ୨୧ଦଫା ଦାବିରେ ଭାରତ ବନ୍ଦ ହୋଇଥିଲା. ସାମୁଦ୍ରିକ ବାତ୍ୟା ଭୟ ଓ ପ୍ରବଳ ବର୍ଷା ସତ୍ଵେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ନେତୃତ୍ୱରେବିଭିନ୍ନ ଟ୍ରେଡ଼ ୟୁନିଅନ ଓ ଗଣସଂଗଠନମାନେ ସକାଳୁ ସକାଳୁ ରେଳ ଷ୍ଟେସନ ଠାରେ ପହଂଚି ପିକେଟିଂ କରିବା ସହ ମୋଦି ସରକାର ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ.
ତାପରେ ମୁଖ୍ୟଡାକଘର, ବିଭିନ୍ନ ଜାତୀୟ ଓ ଘରୋଇ ବ୍ୟାଙ୍କ, ବୀମା, ବିଦ୍ୟୁତ ସହ କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରାଯାଇ ଅଫିସ ଗୁଡିକୁ ବନ୍ଦ କରାଯାଇଥିଲା l ପ୍ରଚାର ଗାଡି ସହର ପରିକ୍ରମା କରି ଦୋକାନ ବଜାର ବନ୍ଦ ରହିଥିଲା. ବନ୍ଦ ପ୍ରତି ଜନ ସାଧାରଣ ଙ୍କ ଅଭୁତପୂର୍ଵ ସମର୍ଥନ ଦେଖି ବାକୁ ମିଳିଥିଲା l ମୋଟା ମୋଟୀ ବନ୍ଦ ଶାନ୍ତି ପୂର୍ଣ୍ଣ ଥିଲା. ଆଜିର ଏ କାର୍ଯ୍ୟକ୍ରମ ରେ ପ୍ରକାଶ ପାତ୍ର, ବସନ୍ତ ନନ୍ଦ, ଶଙ୍କର ସାହୁ, , ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଗୋପାଳ ପାଣିଗ୍ରାହୀ, ପପୁନ ସାହୁ, ଶିବାନୀ ମିଶ୍ର, ପ୍ରଦୀପ ସେଠି, ପ୍ରତାପ ପ୍ରଧାନ, ପ୍ରତାପ ଚୌଧୁରୀ, ଯୁଧିଷ୍ଠିର ବେହେରା, ଅଶୋକ ଦାସ, ଶିବ ପ୍ରସାଦ ମହାପାତ୍ର, ଲୋକନାଥ ଖୁଣ୍ଟିଆ, ହରି ନାହାକ, ଚିଟିବାବୁ, ଅବନୀ ଗୟା, ରୋହିତ ବିଶୋଇ, କାମ ଦେବ ନାହାକ, ଉଦୟ ବେହେରା, ମନୋଜ ତରାଇ. ପ୍ରମୁଖ ନେତୃତ୍ୱ ନେଇଥିଲେ l
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )