ବ୍ରହ୍ମପୁର ସହରର ଗର୍ବ ଓ ଗୌରବ ଶ୍ରୀ ଅର୍ଜୁନ କୁମାର ସାହୁ
ଶଙ୍କର ଫିଜିକାଲ ଓ କଲଚ୍ୟୁରାଲ କ୍ଲବ୍ ର ପୁରାତନ ସଦସ୍ୟ ଶ୍ରୀ ଅର୍ଜୁନ କୁମାର ସାହୁ, ବର୍ତ୍ତମାନ ଭାରତୀୟ ସ୍ଥଳ ସେନା ବିଭାଗରେ କାର୍ଯ୍ୟରତ, ସେ ଗତ ଅକ୍ଟୋବର ମାସରେ ଉଜବେକିସ୍ଥାନ ର ତାସ୍କେଣ୍ଡ ସହରରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୫୫କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଆମ ବ୍ରହ୍ମପୁର ସହର ତଥା ଓଡ଼ିଶା ରାଜ୍ୟ ପାଇଁ ଗୌରବ ଆଣିଥିଲେ।
ଏଣୁ ଆମ୍ଭ ଶ୍ରୀ ଶଙ୍କର ଫିଜିକାଲ ଓ କଲଚ୍ୟୁରାଲ କ୍ଲବରେ ଶ୍ରୀ ସାହୁଙ୍କୁ ସମ୍ମାନିତ କରାଗଲା । ଏହାସହ କ୍ଲବ୍ ର ଜାତୀୟ ସ୍ତରୀୟ ବିଜେତା କାହ୍ନୁ ଚରଣ ସାହୁ ଏବଂ ଉଦୟ ମଲିକଙ୍କୁ ମଧ୍ୟ ସମ୍ମାନିତ କରାଗଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଏବଂ ବ୍ରହ୍ମପୁର ସାଂସଦ ଯୋଗଦାନ କରିଥିଲେ ।କ୍ଳବର ଉର୍ନତି ନିମିତ୍ତ ଆବଶ୍ୟକ ଥିବା ଅନ୍ତରନିର୍ମାଣ ଯୋଗେଇଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି|ଏହି କାର୍ଯ୍ୟକ୍ରମ ରେ କ୍ଳବ ର ସଭାପତି ଗୋପାଳ କୃଷ୍ଣ ପାତ୍ର,ଉପସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ପରାମର୍ଶ ଦାତା ନିରଞ୍ଜନ ଜେନା, ପ୍ରଫୁଲ ଜଗନାଥ ପାଢ଼ୀ, କ୍ଳବ ସଦସ୍ୟ ରାଜ କୁମାର ସେଠି, ତ୍ରିପତି ବେହେରା, ପିଣ୍ଟୁ ମହାପାତ୍ର, ଉଦୟ ନାଥ ସେଠି କୁର୍ପା ମୟ ବେହେରା ଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ|
ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )