ଭଦ୍ରକରେ ଜୟ ମା ଦୁର୍ଗା ଫାଉଣ୍ଡେସନର ଶୁଭାରମ୍ଭ
ଭଦ୍ରକ : ଭାରତୀୟ ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ମାତୃଶକ୍ତିର ଅଭୂତପୂର୍ବ ଅବଦାନ ରହି ଆସିଛି । ସ୍ବାଧୀନତା ସଂଗ୍ରାମଠୁ ଆରମ୍ଭ କରି ଧର୍ମ ରକ୍ଷା ପର୍ଯ୍ୟନ୍ତ ସେ ନିଜର ଜୀବନ ଓ ଯୌବନକୁ ତିଳମାତ୍ର ଭ୍ରୂକ୍ଷେପ ନକରି ସଦା ଆଗକୁ ଆସିଛି ବୋଲି ଆଜି ମାଙ୍କ ଅଷ୍ଟମୀ ପୂଜାରେ ନୂତନ କରି ଆରମ୍ଭ ହୋଇଥିବା ଜୟ ମା ଦୁର୍ଗା ଫାଉଣ୍ଡେସନ (ବଣିଆ)ଭଦ୍ରକ ପକ୍ଷରୁ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମଞ୍ଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିପଦ ସମୟରେ ମଣିଷର ସାଥୀ ହେବା ଏହି ସଙ୍ଗଠନର ମୂଳମନ୍ତ୍ର ବୋଲି ସଂଗଠକ ମାନେ କହିଛନ୍ତି l ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଡକ୍ଟର ସୁଦର୍ଶନ ବାରିକ୍,କମଳା କାନ୍ତ ସାହୁ ,ବରିଷ୍ଠ ସମାଜସେବୀ ଅଚ୍ୟୁତାନନ୍ଦ ରାଉତ,ଦୟାନିଧି ମହାନ୍ତି,ହେମନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ସଂପୂଣ୍ଣ ଭାବେ ପରିଚାଳନା କରିଥିଲେ ବିକାଶ ଚନ୍ଦ୍ର ରାଉତ l ଶେଷରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ମାନଙ୍କୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ସେମାନଙ୍କର ଉତ୍ସଗୀକୃତ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା l ତେବେ ବଣିଆ ଅଂଚଳରେ ଏଭଳି ସଙ୍ଗଠନ ଟିଏ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଖେଳିଯାଇଛି ।
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )