ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ କାନାଡାର ନୂଆ ପ୍ରତିରକ୍ଷା ମନ୍ତ୍ରୀ

0 2

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡିୟୁ ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । କ୍ୟାବିନେଟ ଅଦଳ ବଦଳରେ କାନାଡାର ସାଂସଦ ଥିବା ଅନିତାଙ୍କୁ ଏହି ନୂଆ ଗୁରୁ ଦାୟିତ୍ୱ ମିଳିଛି । ୫୪ ବର୍ଷ ବୟସ୍କା ଅନିତା ମଧ୍ୟ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ହରଜିତ ସାଜ୍ଜନଙ୍କ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ନେଇଛନ୍ତି । ଦେଶର ସାମରିକ ବାହିନୀରେ ଯୌନ ବ୍ୟଭିଚାର ପ୍ରସଙ୍ଗକୁ ହରଜିତ ଠିକ ଭାବରେ ପରିଚାଳନା କରିନପାରିବା କାରଣରୁ ସମାଲୋଚିତ ହୋଇଥିଲେ । ସେଥିପାଇଁ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଯାଇ ଅନିତାଙ୍କୁ ଉକ୍ତ ଦାୟିତ୍ୱ ଦିଆଯାଇଛି । ହରଜିତଙ୍କୁ ଆନ୍ତର୍ଜାତିକ ବିକାଶ ଏଜେନ୍ସିର ମନ୍ତ୍ରୀ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଦେଶର ସୁରକ୍ଷା ବାହିନୀ ଯେଭଳି ନିରାପଦ ଓ ସୁସ୍ଥ ପରିବେଶରେ କାର୍ଯ୍ୟ କରିବେ ତାହା ସେ ସୁନିଶ୍ଚିତ କରିବେ ବୋଲି ଅନିତା କହିଛନ୍ତି । ଅନ୍ୟଜଣେ ଭାରତ-କାନାଡୀୟ ମହିଳା ବାର୍ଡିଶ ଚାଗର ଦେଶର ବିବିଧତା, ଅନ୍ତର୍ଭୁକ୍ତ ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଥିବାବେଳେ କ୍ୟାବିନେଟ ଅଦଳ ବଦଳରେ ତାଙ୍କୁ ବାଦ୍‍ ଦିଆଯାଇଛି । ୧୯୬୭ରେ ଜନ୍ମିତ ଅନିତା ନୋଭା ସ୍କଟିଆର ବାସିନ୍ଦା ଏବଂ ତାଙ୍କର ବାପା ଓ ମା’ ଉଭୟ ଡାକ୍ତର ଥିଲେ । ମା’ ସରୋଜ ଡି ରାମଙ୍କ ନିଜ ଘର ପଞ୍ଜାବରେ ହୋଇଥିବାବେଳେ ବାପା ଏସ ଭି ଆନନ୍ଦଙ୍କ ମୂଳ ବାସସ୍ଥାନ ତାମିଲନାଡୁରେ ।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.